୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ
ମୁମ୍ବାଇ, (ଓଡିଶା ଟାଇମ୍): ବାଣିଜ୍ୟ ନଗରୀ ମୁମ୍ବାଇରେ ଥିବା ୬୦ମହଲା ବିଶିଷ୍ଟ ୧୯ ମହଲା କୋଠାରେ ଲାଗିଲା ନିଆଁ । କରୀ ରୋଡରେ ଅବସ୍ଥିତ ଆଭିଗନା ପାର୍କ ନିକଟ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି ।
ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଆପାର୍ଟମେଣ୍ଟର ୧୯ ମହଲାରୁ ଖସିପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୁମ୍ବାଇ ମେୟର କିଶୋରୀ ପେଡନେକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଥାଉକି, ଘଟଣାର ଏକ ଚିତ୍ର ହସ୍ତଗତ ହୋଇଛି । ଦେଖିବାକୁ ମିଳୁଛି କି, ନିଆଁ ଲାଗିବା ପରେ ଆପାର୍ଟମେଣ୍ଟ କିପରି ବିସ୍ଫୋରଣ ହୋଇଥିଲା ।
ଆଉ ଏହି ନିଆଁରୁ ବଞ୍ଚିବାକୁ ଜଣେ ଜଣେ ବ୍ୟକ୍ତି 19 ମହଲାରୁ ତଳକୁ ଡେଇଁ ପଡିବାକୁ ଚେଷ୍ଟା କରୁଛନ୍ତି । ହେଲେ କୌଣସି ଲାଭ ହୋଇନଥିଲା । ବରଂ ଭାରସାମ୍ୟ ହରାଇ ବ୍ୟକ୍ତିଟି ତଳେ ଖସିପଡିଥିଲେ । ଚିକ୍ତାର ଶୁଣି ଲୋକେ ଦୌଡି ତଳେ ପଡଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ଅରୁଣ ତିୱାରୀ ବୋଲି ଜଣାପଡିଛି । କୁହାଯାଉଛି ଯେ କୋଠାଟି ୬୦ ମହଲା ବିଶିଷ୍ଟ । ତେବେ କୌଣସି କାରଣରୁ 19 ମହଲାରେ ନିଆଁ ଲାଗିଯାଇଥିଲା।