ବିଶାଖାପାଟଣାର ଫାର୍ମା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ, (ଓଡିଶା ଟାଇମ୍‌): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଏକ ଫାର୍ମାସିଟ୍ୟୁକାଲ୍ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଏସମ୍ପର୍କରେ ସୂଚନା ଦେଇ ବିଶାଖାପାଟଣା ଜିଲ୍ଲାପାଳ ଭି. ବିନୟ ଚାନ୍ଦ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ରେମକି ଫାର୍ମା ପ୍ଲାଣ୍ଟରେ ଲାଗି ଥିବା ବେଳେ ନିଆଁ ଲିଭା କାର୍ଯ୍ୟରେ ୯ ଅଧିକ ଦମକଳ ଗାଡି ଲାଗିଛି । କେମିକାଲ୍ ଯୋଗୁଁ ନିଆଁ ଅଧିକ ବଢି ଯାଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଗାଜୁବାକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୁତ୍ରରୁ ପ୍ରକାଶ । ଏହି ଅଗ୍ନିକାଣ୍ଡ ଯୋଗୁଁ ପରୱାଡା ଅଞ୍ଚଳର ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି ।

ଆନ୍ଧ୍ରପ୍ରଦେଶ ସରକାରର ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ପୋଲିସ ସହ ଆଲୋଚନା କରିଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି କହିଛନ୍ତି ଯେ ଯେଉଁ ସମୟରେ ଅଗ୍ନିକାଣ୍ଡ ଘଟିଥିଲା, ସେ ସମୟରେ ୟୁନିଟ୍ ଭିତରେ କେବଳ ୪ ଜଣ ବ୍ୟକ୍ତି ମହଜୁତ ଥିଲେ । ପରେ ସେମାନେ ଜୀବନ ବଞ୍ଚାଇବାକୁ ବାହାରକୁ ବାହାରି ଯାଇଥିଲେ । ଏଥିରେ କେହି ବ୍ୟକ୍ତି ମୃତାହତ ହୋଇନଥିବା ବେଳେ ଫାୟାର ବିଗ୍ରେଡ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଛନ୍ତି ।

ଦମକଳ ବାହିନୀ ସହ ଏସଏଚଓ ପରୱାଡା, ଏସିପି, ଡିସିପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଆକଳନ କରୁଛନ୍ତି । ତେବେ ନିଆଁ ଲାଗିବାର ସଠିକ୍ କାରଣ ଏଯାବତ୍ ଜଣାପଡିନଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published.