ଶିମିଳିପାଳରେ ପୁଣି ୧୦ଟି ସ୍ଥାନରେ ଲାଗିଲା ନିଆଁ
କରଞ୍ଜିଆ, (ଓଡିଶା ଟାଇମ୍) : ଶିମିଳିପାଳରେ ନିଆଁ ଲିଭିବାର ନାଁ ଧରୁନି । ବର୍ଷା ଛାଡିଗଲା ପରେ ପୁଣି ନିଆଁର ପ୍ରକୋପ ବଢି ଚାଲିଛି । ବୁଧବାର ସାଟେଲାଇଟ୍ ରିପୋର୍ଟ ଅନୁସାରେ ଶିମିଳିପାଳ ଉତ୍ତର ଜୋନରେ ୭ଟି ଓ ଦକ୍ଷିଣ ଜୋନରେ ୩ଟି ସ୍ଥାନ ମିଶି ସମୁଦାୟ ୧୦ଟି ସ୍ଥାନରେ ନିଆଁ ଲାଗିଛି । ମଙ୍ଗଳବାର ୨୨ଟି ସ୍ଥାନରେ ନିଆଁ ଲାଗିଥିଲା । ଏ ନେଇ ବାରିପଦା RCCF ଏମ ୟୋଗା ଜୟାନନ୍ଦ ସୂଚନା ଦେଇଛନ୍ତି । ସେପଟେ ଶିମିଳିପାଳ ମଧ୍ୟରେ ଦୀର୍ଘ ଦିନ ହେଲାଣି ନିଆଁ ଲିଭାଇବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ବାହିନୀ ।