ମାସ୍କ କିଣା ଦୁର୍ନୀତି ନେଇ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ମାସ୍କ କିଣାରେ ଦୁର୍ନୀତି ହୋଇଥିବା ନେଇ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କ ନାଁରେ  ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଧାର୍ଯ୍ୟ ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ ମାସ୍କ କିଣା ଯୋଗୁଁ କିଏ ଫାଇଦା ପାଇଲା ବୋଲି ପ୍ରଶ୍ନ କରିଛି ସୂଚନା ଅଧିକାର ଅଭିଯାନ ।

ସୂଚନାଯୋଗ୍ୟ ଯେ ଶ୍ରୀ ଶର୍ମାଙ୍କୁ କୋଭିଡ ସାମଗ୍ରୀ କ୍ରୟ କମିଟିରେ ହେମନ୍ତ ଶର୍ମା ସଦସ୍ୟ ରହିଥିଲେ । କୋଭିଡ -୧୯ ମୁକାବିଲା ନିମନ୍ତେ ପିପିଇ, ମାସ୍କ, ଗ୍ଲୋଭ୍ସ, ସାନିଟାଇଜର ସହ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟରେ ଶ୍ରୀ ଶର୍ମା ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ । ମାତ୍ର ମାସ୍କ ୯ ଟଙ୍କାରେ କିଣାଯିବାକୁ ସ୍ଥିର ହୋଇଥିବାବେଳେ ତାହାକୁ ୧୬ ଟଙ୍କାରେ କ୍ରୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଏହାପରେ ଧାର୍ଯ୍ୟ ସମୟରେ ସାମଗ୍ରୀ ପ୍ରଦାନ କଲେ ୫୦% ଇନସେନଣ୍ଟିଭ ଦିଆଯିବାର ବ୍ୟବସ୍ଥା ହୋଇଥିଲା । ତେଣୁ ମାସ୍କର ଦାମ ୯ ଟଙ୍କା ବଦଳରେ ୨୪ ଟଙ୍କା ପ୍ରଦାନ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏହାପରେ କ୍ରୟ କମିଟିରୁ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା ।

Leave a Reply

Your email address will not be published.