ସରକାରୀ ନିଯୁକ୍ତି ନେଇ ସ୍ପଷ୍ଟ କଲେ ସରକାର; ପୂର୍ବ ଭଳି ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ କଟକରା ଲାଗୁ ହୋଇଥିଲା । ନୂଆ ସରକାରୀ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ସ୍ପଷ୍ଟୀକରଣ ରଖାଯାଇଛି । ଖାଲି ପଡ଼ିଥିବା ସରକାରୀ ପଦବୀ ପୂର୍ବଭଳି ପୂରଣ କରାଯିବ । ସରକାରଙ୍କ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିବ । କେବଳ ନୂଆ ପଦବୀ ସୃଷ୍ଟି ଉପରେ ଅସ୍ଥାୟୀ କଟକଣା ଲାଗୁ କରାଯାଇଛି ।

ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗତ ମଙ୍ଗଳବାର ରୋକ୍‌ ଲଗାଇଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯିବାରୁ ବୁଧବାର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆର୍ଥିକ କଟକଣା ଏବଂ ନୂଆ ନିଯୁକ୍ତି ପ୍ରସଙ୍ଗରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇ କହିଛି ଯେ, ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂର୍ବଭଳି ପୂରଣ କରାଯିବ। ସମସ୍ତ ସରକାରୀ ନିଯୁକ୍ତି ପ୍ରକ୍ରିୟା ଚାଲିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ ଭାବେ କଟକଣା ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *