ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନାଗିରି, (ଓଡିଶା ଟାଇମ୍) :ଗତକାଲି ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜଣେ ଡି ଆର୍ ଜି ଯବାନ ଆହତ ହୋଇଛନ୍ତି। ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରିବା ସହ ସମ୍ପୂର୍ଣ୍ଣ ଧ୍ବଂସ କରି ଦେଇଥିଲେ ଯବାନ। ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଥିଲେ ଡିଆର୍ ଜି ଯବାନ। ଏହି ଅପରେସନ ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ହୋଇଛି। ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି।

ଦୁଇ ଦିନ ତଳେ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ଦୁଇଜଣ ଡି ଆର୍ ଜି ଏବଂ ଆଇ ଟି ବି ପି ଯବାନ ସହିଦ ହୋଇଥିଲେ। ଜଣେ ସି ଏ ଏଫ୍ ଯବାନ ମଧ୍ୟ ଗୁରୁତର ହୋଇଥିଲେ। ଯାହାକୁ ନେଇ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଟ୍ବିଟ୍ ମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ। ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ କମ୍ବିଂ ଅପରେସନ କରି ମାଓ କ୍ୟାମ୍ପ ଧ୍ବଂସ୍ତ ବିଧ୍ବସ୍ତ କରି ଦେଇଥିଲେ ଯବାନମାନେ।

Leave a Reply

Your email address will not be published.