ତାଲିବାନ ରାଜ୍ରେ ସାମ୍ନାକୁ ଆସିଲା ବର୍ବରତା, ଜୋତା ପଲିସ କରିବାକୁ ବାଧ୍ୟ ହେଲେ ଶିକ୍ଷୟିତ୍ରୀ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର ରାଜ୍ ପରେ ଅନେକ ପରିବାର ଦାରିଦ୍ର୍ୟ କଷାଘାତରେ ଜୀବନଯାପନ କରିବାକୁ ବାଧ୍ୟ ହୋଇଛନ୍ତି । ଏଥି ସହିତ ତାଲିବାନ ଶାସନକୁ କ୍ଷମତାକୁ ଫେରିବା ସହିତ ଆଫଗାନିସ୍ତାନରେ ବୈଦେଶିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇବା ଅର୍ଥନୀତିକୁ ବିପଦରେ ପକାଇ ଦେଇଛି । ଯେଉଁଥିପାଇଁ ଅନେକ ପରିବାର ଏବଂ ଲକ୍ଷ ଲକ୍ଷ ଲୋକ ଭୋକର ସମ୍ମୁଖୀନ ହେଉଛନ୍ତି ।
ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପୂର୍ବରୁ ଦୀର୍ଘ ସମୟ ଧରି ପାଠ ପଢାଉଥିବା ୪୩ ବର୍ଷୀୟ ଶିକ୍ଷୟିତ୍ରୀ ଥିବା ବର୍ତ୍ତମାନ ଜୋତାକୁ ପଲିସ୍ କରୁଛନ୍ତି । ତା ପୁଣି ବାଧ୍ୟ ବାଧ୍ୟକତାରେ । ସେ କହିଛନ୍ତି ଯେ ତାଲିବାନର ପ୍ରତ୍ୟାବର୍ତ୍ତନ ସହିତ ମହିଳାଙ୍କ ଅଧିକାର ଏବଂ ପରିସର ସୀମିତ ରହିଛି । ଯେଉଁଥିପାଇଁ ସେ ଚାକିରି ହରାଇଛନ୍ତି । ଏଥିସହ, ପରିବାରର ରକ୍ଷଣାବେକ୍ଷଣ ପାଇଁ ସେ ଜୋତାକୁ ପଲିସ୍ କରିବାକୁ ବାଧ୍ୟ ହୋଇଛନ୍ତି ।
ପାଞ୍ଚ ପିଲାଙ୍କ ମାଆ ଅହମ୍ମଦି କହିଛନ୍ତି ଯେ ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆଫଗାନିସ୍ତାନରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ ରୋଷେୟା ଭାବରେ କାର୍ଯ୍ୟ କରୁଛନ୍ତି । ହେଲେ ତାଲିବାନଙ୍କ ଅଧୀନରେ ଆସିବା ମାତ୍ରେ ତାଙ୍କର ପୁରା ଜୀବନ ବଦଳିଯାଇଥିଲା । ଅହମ୍ମଦି କହିଛନ୍ତି ଯେ ଆମେ ବର୍ତ୍ତମାନ ଭୋକିଲା । ବର୍ତ୍ତମାନ ଆମ ପରିବାରରେ କେହି ନାହାଁନ୍ତି ଯିଏ ଆମ ସମସ୍ତଙ୍କୁ ଆର୍ଥିକ ସହାୟତା କରିପାରିବେ । ସେମାନେ କହିଛନ୍ତି ଯେ ୧୯୯୬-୨୦୦୧ ମଧ୍ୟରେ ତାଲିବାନ ମୁଖ୍ୟତଃ ମହିଳାମାନଙ୍କୁ ଘର ବାହାରେ କାମ କରିବାକୁ ଦେଇନଥିଲେ । ବର୍ତ୍ତମାନ ମହିଳାମାନଙ୍କ ପାଇଁ ଚାକିରୀ ସୁଯୋଗକୁ ଗୁରୁତର ଭାବରେ ସୀମିତ ରଖିଛି, ତେଣୁ ସେମାନଙ୍କର କୌଣସି ବିକଳ୍ପ ନାହିଁ ।