ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲା ଗୁଇନ୍ଦା ବିଭାଗ

ମୁମ୍ବାଇ, (ଓଡିଶା ଟାଇମ୍) :ମୁମ୍ବାଇରେ ପୁଣି ଥରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିପାରନ୍ତି । ଏହାକୁ ନେଇ ମୁମ୍ବାଇ ପୋଲିସ ସତର୍କ ସୂଚନା ଜାରି କରିଛ । ଆକ୍ରମଣ ଆଶଙ୍କାରେ ସହରରେ ଡ୍ରୋନ୍ ଉଡାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ସୂତ୍ର ଅନୁସାରେ ବର୍ତ୍ତମାନ ଉତ୍ସବ ମାହୋଲ ମଧ୍ୟରେ ରିମୋଟ୍ ଦ୍ବାରା ନିୟନ୍ତ୍ରିତ ହେଉଥିବା ଏୟାରକ୍ରାଫ୍ଟ ଏବଂ ଏୟାର ମିସାଇଲ ମାଧ୍ୟମରେ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଆକ୍ରମଣ କରାଯାଇପାରେ । ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ନା କେବଳ ରାଜନୈତିକ ଅସ୍ଥିରତା ବରଂ ଉତ୍ସବ ମାହୋଲକୁ ଫିକା ପକାଇବାକୁ ବଡ ଧରଣର ଆକ୍ରମଣ କରିପାରନ୍ତି ।

ଗତ ସପ୍ତାହରେ ଗୁଇନ୍ଦା ସୂତ୍ର ଅନୁସାରେ ଜଣାପଡିଥିଲା ଯେ, ପକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ଭାରତରେ ଆକ୍ରମଣ କରିବାର ଦାୟିତ୍ବ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଅଲ-ବନ୍ଦ୍ରକୁ ଦେଇଛି । ଏହି ସଂଗଠନର ଆତଙ୍କବାଦୀଙ୍କୁ ବିଶେଷ ତାଲିମ ଦେଇ ରାଓ୍ବଲକୋଟ, ଖୁଇରିଟା, ସମାନି ଏବଂ ସିଆଲକୋଟର ଲଞ୍ଚ୍ ପ୍ୟାଡ୍ କୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *