‘ଫାଦର୍ସ ଡେ’ କାହିଁକି ପାଳିତ ହୋଇଥାଏ, ଆସନ୍ତୁ ଜାଣିବା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସାରା ବିଶ୍ୱରେ ଆଜି ‘ଫାଦର୍ସ ଡେ’ ପାଳିତ କରାଯାଉଛି । ଏହି ଦିବସ ୧୯୧୦ ମସିହା ଜୁନ୍ ୧୦ ତାରିଖରେ ସର୍ବପ୍ରଥମେ ୱାଶିଂଟନରେ ପାଳନ ହୋଇଥିଲା । ଯାହାକୁ ଚଳିତ ଥର ୧୦୯ ବର୍ଷ ପୂରା ହେଉଛି ।

ଏହା ପଛରେ ମଧ୍ୟ ରହିଛି ରୋଚକ କାହାଣୀ-

ସୋନେରା ଡୋଡ ନାମକ ଜଣେ ଝିଅ ଯେତେବେଳେ ଛୋଟ ଥିଲେ । ସେତେବେଳେ ତାଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା । ପରେ ତାଙ୍କ ବାପା ୱିଲିୟମ ସ୍ମାର୍ଟ ଝିଅ ଯେପରି ମାଆଙ୍କୁ ନଝୁରିବ ସେଥିପାଇଁ ସବୁ ପ୍ରକାର ପ୍ରୟାସ କରିଥିଲେ । ବାପା ଓ ଝିଅଙ୍କ ମଧ୍ୟରେ ଥିବା ଅଗାଢ ଭଲ ପାଇବା ଫଳରେ ଦିନେ ସୋନେରା ପିତାଙ୍କ ପାଇଁ ଗୋଟିଏ ଦିନ ଉତ୍ସର୍ଗ କରିବା ଲାଗି ଚିନ୍ତା କରିଥିଲେ । ଏହିପରି ଭାବେ ଆରମ୍ଭ ହୋଇଥିଲା ଏହି ଦିନ ।

ଏହିପରି ଭାବରେ ୧୯୧୦ ମସିହା ଜୁନ୍ ୧୦ ତାରିଖରେ ‘ଫାଦର୍ସ ଡେ’ ସର୍ବପ୍ରଥମେ ପାଳିତ ହୋଇଥିଲା । ପରେ ୧୯୨୪ ମସିହାରେ ଆମେରିକା ରାଷ୍ଟ୍ରପତି କେଲ୍ୱିନ କୋଲି ‘ଫାଦର୍ସ ଡେ’ ପାଳନ ଲାଗି ସହମତି ଦେଇଥିଲେ । ସେହିପରି ୧୯୬୬ ମସିହାରେ ରାଷ୍ଟ୍ରପତି ଲିଣ୍ଡନ ଜନସନ ଜୁନ୍ ତୃତୀୟ ରବିବାରରେ ‘ଫାଦର୍ସ ଡେ’ ପାଳନ ଲାଗି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।

ପ୍ରତିବର୍ଷ ଜୁନ ୩ୟ ରବିବାରରେ ‘ଫାଦର୍ସ ଡେ’ ପାଳିତ କରାଯାଉଅଛି । ଧିରେ ଧିରେ ଭାରତରେ ମଧ୍ୟ ଏହାର ପ୍ରଚାର ଓ ପ୍ରସାର ହେବାରେ ଲାଗିଛି ।

Leave a Reply

Your email address will not be published.

%d bloggers like this: