ଫେସବୁକରେ ଆସିଲା ଅବତାର ଫିଚର୍ସ; ଏବେ ବନାଇପାରିବେ ନିଜର ଆନିମେଟେଡ୍ କ୍ୟାରେକ୍ଟର
ନୂଆଦିଲ୍ଲୀ,(ଓଡିଶା ଟାଇମ୍): ପପୁଲାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍ସ ଲଞ୍ଚ କରିଛି । ଯାହାର ନାମ ଅବତାର ରହିଛି । ଏହାକୁ ବ୍ୟବହାର କରି ୟୁଜର୍ସ ମାନେ ନିଜର ଆନିମେଟେଡ୍ ଅବତାର ବା କ୍ୟାରେକ୍ଟର ବନାଇ ପାରିବେ।
ଏହି ନୂଆ ଅବତାର ଫିଚର୍ସରେ ଅନେକ ଚେହେରା, ହେୟାର ଷ୍ଟାଇଲ୍ ଓ ଆଉଟଫିଟ୍ ଭଳି ବିକଳ୍ପ ରହିଛି । ଯାହାକୁ ଭାରତୀୟ ୟୁଜର୍ସଙ୍କ ପାଇଁ ଖାସ୍ କଷ୍ଟମାଇଜ୍ କରାଯାଇଛି । ଆପଣ ଚାହିଁଲେ ଏହି ଷ୍ଟିକର୍ସକୁ ଚାର୍ଟ ଏବଂ କମେଣ୍ଟଓ ଓ ହ୍ୱାଟ୍ସଆପରେ ବି ଶେୟାର କରିପାରିବେ । ଏହାଛଡା ଏହାକୁ ନିଜର ପ୍ରୋଫାଇଲ୍ ଫଟୋ ରୂପେ ରଖିପାରିବେ ।
ଏହି ଅବତାର ବନାଇବା ପାଇଁ ରହିଛି ବହୁ ଅପସନ୍-
ଲକଡାଉନ୍ ସମୟରେ ୟୁଜର୍ସମାନେ ଅଧିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି । ଏଥିପାଇଁ ଆମେ ନୂଆ ଅବତାର ଫିଚର୍ସ କ୍ରିଏଟ କରିଛୁ । ଯେଉଁଥିରେ ୟୁଜର୍ସମାନେ ନିଜ ନିଜର ଆନିମେଟେଡ୍ ଅବତାର ବନାଇପାରିବେ । ଏହି ଫିଚର୍ସକୁ ବ୍ୟବହାର କରି ନିଜ ଚେହେରାର ଏକ ଷ୍ଟିକର ବନାଇ ସେମାନେ ନିଜ ସାଙ୍ଗମାନଙ୍କୁ ମଧ୍ୟ ଶେୟାର କରିପାରିବେ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି ।
ଏପରି ବନାନ୍ତୁ ନିଜ ଆନିମେଟେଡ୍ ଅବତାର-
ନିଜର ଆନିମେଟେଡ୍ ଅବତାର ବନାଇବା ଲାଗି ନିଜ ଫେସବୁକର ଆପକୁ ଅପଡେଟ୍ କରନ୍ତୁ ।
ଅପଡେଟ୍ କରିବା ପରେ ଆପକୁ ଓପନ କରନ୍ତୁ । ପରବର୍ତ୍ତୀ ସମୟରେ କମେଣ୍ଟ ବିକଳ୍ପକୁ ଯାଇ ସ୍ମାଇଲ୍ ବଣ୍ଟନ ଉପରେ କ୍ଲିକ୍ କରନ୍ତୁ ।
ଏବେ ଆପଣଙ୍କୁ କ୍ରିଏଟ୍ ବା ଅବତାର ଅପସନ ମିଳିବ । ଏହାରେ ନିଜ ଇଚ୍ଛା ଅନୁସାରେ ସ୍କିନ୍ କଲର, ହେୟାର ଷ୍ଟାଇଲ୍ ଓ ଆଉଟଫିଟକୁ ବ୍ୟବହାର କରି ଅବତାର ବନାଇପାରିବେ ।
ଆପଣ ନିଜର ଅବତାରକୁ ଫେସବୁକରେ ବି ଶେୟାର କରିପାରିବେ । ତେବେ କମ୍ପାନୀ ପକ୍ଷରୁ ଏହି ଫିଚର୍ସ କେବଳ ଆଣ୍ଡ୍ରୋଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇପାରିଛି ।