ବଢିଲା ସ୍ୱତନ୍ତ୍ର ଓଜେଇଇ ଅନଲାଇନ୍ ଆବେଦନ
ଭୁବନେଶ୍ବର, (ଓଡିଶା ଟାଇମ୍) : ବିଟେକ୍ ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର OJEEର ଆବେଦନ ତାରିଖ ବଢ଼ିଲା । ୩୦ ଜୁନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିସହିତ ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ଫି ଦାଖଲ କରିହେବ । ଜୁନ୍ ୩୦ ତାରିଖ ପରେ ପ୍ରକାଶ ପାଇବ ପରୀକ୍ଷା ତାରିଖ ।
ଏନେଇ OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। କୋଭିଡ୍ ସ୍ଥିତି ଲାଗି ବି. ଟେକ୍ ସ୍ପେଶାଲ ଓଜେଇଇ ପାଇଁ ଅନଲାଇନ୍ ଆପ୍ଲିକେସନ ଦାଖଲ କରିବାର ଶେଷ ତାରିଖ ଜୁନ୍ ମାସ ୩୦ ତାରିଖ ଯାଏଁ ବୃଦ୍ଧି ହୋଇଛି।
ସେହିଭଳି ଅନଲାଇନ୍ ଆବେଦନ ଫି ଭରିବାର ଶେଷ ତାରିଖ ଜୁଲାଇ ୫ ତାରିଖ ଯାଏଁ ବୃଦ୍ଧି ଘୋଷଣା କରାଯାଇିଛି । ଅନଲାଇନ୍ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ଓ ଆଡମିଟ୍ କାର୍ଡ ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।