କରାଚୀରେ ବଡ଼ ଧରଣର ବିସ୍ଫୋରଣ : ୩ଜଣ ମୃତ,୧୫ରୁ ଅଧିକ ଆହତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପାକିସ୍ତାନର କରାଚୀରେ ବଡ଼ ବିସ୍ଫୋରଣ ହୋଇଛି। ଗୁଲଶନ-ଏ-ଇକବାଲରେ ମସକନ ଚୌରଙ୍ଗୀରେ ୨ତାଲା କୋଠାରେ ବିସ୍ଫୋରଣ ହୋଇଛି,ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଛନ୍ତି। ଆଖପାଖର କୋଠାର ଝରକା ଭାଙ୍ଗି ଚୁରମାର ହୋଇଯାଇଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସମସ୍ତ ମୃତାହତଙ୍କୁ ପଟେଲ୍ ହସ୍ପିଟାଲକୁ ନିଆଯାଇଛି। ବିସ୍ଫୋରଣ କାରଣ ଏବେ ଯାଏଁ ଜଣା ପଡ଼ି ନାହିଁ। କେତେ ଜଣ ସନ୍ଦେହ କରୁଛନ୍ତି ଯେ ଏହା ଏକ ସିଲିଣ୍ଡର ବିସ୍ଫୋରଣ।
ଆଇନ ପ୍ରବର୍ତ୍ତନ ଏଜେନ୍ସି ଏବଂ ଉଦ୍ଧାରକାରୀ ଘଟଣାସ୍ଥଳକୁ ପହଞ୍ଚି ଯାଇଛନ୍ତି। ଏଲଏଏଏସ୍ ଏହି କ୍ଷେତ୍ରକୁ ବନ୍ଦ କରି ଦେଇଛନ୍ତି। ବିସ୍ଫୋରଣ କୋଠାର ଦୁଇ ମହଲାରେ ହେବାର ସନ୍ଦେହ କରାଯାଉଛି। ପ୍ରତ୍ୟେକ୍ଷଦର୍ଶୀମାନେ କହିଛନତି ଯେ ଆଖପାଖର କୋଠାଗୁଡ଼ିକର ଝରକା ସହ କିଛି ଗାଡ଼ି ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ଗତକାଲି କରାଚୀର ଶିରିନ ଜିନ୍ନା କଲୋନୀ ପାଖରେ ଏକ ବସ୍ ଟର୍ମିନାଲର ପ୍ରବେଶ ଦ୍ବାରରେ ବୋମା ବିସ୍ଫୋରଣ ହେବାରୁ ୫ଜଣ ଆହତ ହୋଇଛନ୍ତି। ପୋଲିସଙ୍କ କହିବାନୁସାରେ ଏହା ଆଇଇଡି ଥିଲା,ଯାହାକୁ ଟର୍ମିନାଲ୍ ଗେଟରେ ଲଗା ହୋଇଥିଲା।