କମିଶନରେଟ୍ ପୁଲିସ୍ର ଏସ୍ଆଇ ସ୍ତରରେ ଅଦଳବଦଳ
ଭୁବନେଶ୍ବର, (ଓଡିଶା ଟାଇମ ) : କମିଶନରେଟ୍ ପୁଲିସ୍ର ସବ୍-ଇନ୍ସପେକ୍ଟର (ଏସ୍ଆଇ) ସ୍ତରରେ ଅଦଳବଦଳ ହୋଇଛି । ୩୧ ଜଣ ଏସ୍ଆଇଙ୍କ ବଦଳି ହୋଇଥିବା କମିଶନରେଟ୍ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିଛି ଏଏସ୍ଆଇଙ୍କ ପଦୋନ୍ନତି ହୋଇଥିବା ଜଣାପଡ଼ିଛି ।
କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ଥିବା ୧୮ ଜଣ ଏସ୍ଆଇଙ୍କୁ ମଧ୍ୟ ବିଭିନ୍ନ ଥାନା ଓ ଫାଣ୍ଡିରେ ଅବସ୍ଥାପିତ କରାଯାଇଛି । ଏସ୍ଆଇ ପ୍ରଫୁଲ୍ଲ ପ୍ରଧାନଙ୍କୁ ବାଦାମବାଡ଼ି ଥାନା, ବାଦଲ ବରାଳଙ୍କୁ ଖଣ୍ଡଗିରି ଥାନା, ମମ୍ତାଜ ଅଲ୍ଲୀ ଖାନ୍ଙ୍କୁ ବାଳକାଟି ଫାଣ୍ଡି, ଦେବେନ୍ଦ୍ରନାଥ ନାୟକଙ୍କୁ ପୁରୀଘାଟ ଥାନା, ହାଡିବନ୍ଧୁ ସାହୁଙ୍କୁ ବିଡାନାସୀ ଥାନା, ସୁଶାନ୍ତ ପାତ୍ରଙ୍କୁ ବାରଙ୍ଗ ଥାନା, ରାଧାକାନ୍ତ ସେଠୀଙ୍କୁ କନ୍ଦରପୁର ଥାନା, କାର୍ତ୍ତିକ ବେହେରାଙ୍କୁ ଟ୍ରାଫିକ୍ ଥାନା, ଭୁବନେଶ୍ୱର, ପଙ୍ଗଜିନୀ ମିଶ୍ରଙ୍କୁ ସିଏସ୍ଆଇ ସଦର କୋର୍ଟ ଭୁବନେଶ୍ୱର, ରାଘବ ଚନ୍ଦ୍ର ସାମଲଙ୍କୁ ନୂଆପଲ୍ଲୀ ଥାନା, ଅଭୟ କୁମାର ସାହୁଙ୍କୁ ଏଚ୍ଆର୍ପିସି ଭୁବନେଶ୍ୱର, କାହ୍ନୁ ଚରଣ ମଲ୍ଲିକଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ୍ ଥାନା, ବିଜୟ କୁମାର ସାହୁଙ୍କୁ ଟ୍ରାଫିକ୍ ଥାନା ଭୁବନେଶ୍ୱର, ବି.ବି ଦାସଙ୍କୁ ସହିଦନଗର ଥାନା, ନରେନ୍ଦ୍ର ପରିଡ଼ାଙ୍କୁ ମହାନଦୀ ବିହାର ଫାଣ୍ଡି, ଏଚ୍.କେ ସାହୁଙ୍କୁ ସିଡିଏ ଏଫ୍-୨ ଥାନା, କାଶୀନାଥ ବେହେରାଙ୍କୁ ଜଗତପୁର ଥାନା, ପଦ୍ମନାଭ ବଳିଆରସିଂହଙ୍କୁ ଭୁବନେଶ୍ୱର କ୍ରାଇମ୍ ସେକ୍ସନ୍ରେ ପୋଷ୍ଟିଂ କରାଯାଇଛି ।
ବାଲିଅନ୍ତା ଥାନାରେ ଥିବା ରାକେଶ ସାମନ୍ତରାୟଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି ହୋଇଛି । ସେହିପରି ମହାନଦୀ ବିହାର ଫାଣ୍ଡି (ଚାଉଳିଆଗଞ୍ଜ)ରେ ଥିବା ଲକ୍ଷ୍ମୀପ୍ରସାଦ ଶତପଥୀଙ୍କୁ କ୍ୟାପିଟାଲ୍ ଥାନା, ଚୌଦ୍ୱାର ଥାନାରେ ଥିବା ବିପିନ୍ ବିହାରୀ ହୋତାଙ୍କୁ କ୍ୟାପିଟାଲ୍ ଥାନା, ଜଗତପୁର ଥାନାରେ ଥିବା ଏସ୍ଆଇ ଜ୍ୟୋତ୍ସ୍ନାମୟୀ ବରାଳଙ୍କୁ ଶ୍ରୀଲିଙ୍ଗରାଜ ଥାନା, ବାଦାମବାଡ଼ି ଥାନାରେ ଥିବା ପୁଷ୍ପଲତା ରାଉତଙ୍କୁ ବାଲିପାଟଣା ଥାନା, କ୍ୟାଣ୍ଟନ୍ମେଣ୍ଟ ଥାନାର ମନ୍ଦାକିନୀ ବିଶୋଇଙ୍କୁ ନନ୍ଦନକାନନ ଥାନା, ବିଡାନାସି ଥାନାର ସସ୍ମିତା ସାହୁଙ୍କୁ ଆଇୟୁସିଏଡବ୍ଲ୍ୟୁ, ଭୁବନେଶ୍ୱରକୁ ବଦଳି ହୋଇଛି ।
ସହିଦନଗର ଥାନାରେ ଥିବା ପ୍ରମୋଦ ଲେଙ୍କାଙ୍କୁ ବିଡାନାସୀ ଥାନା, ବାଲିପାଟଣା ଥାନାର ନୟନା ବେହେରାଙ୍କୁ କଟକ ମହିଳା ଥାନାକୁ ବଦଳି କରାଯାଇଛି । ଇନ୍ଫୋସିଟି ଥାନାର ପ୍ରଦୀପ ଦାସଙ୍କୁ ମଙ୍ଗଳାବାଗ ଥାନା, ବନମାଳିପୁର ଫାଣ୍ଡିରେ ଥିବା ପ୍ରକାଶ ପୃଷ୍ଟିଙ୍କୁ ଚାଉଳିଆଗଞ୍ଜ ଥାନା, ଖଣ୍ଡଗିରି ଥାନାର ଗଙ୍ଗାଧର ପାଣିଗ୍ରାହୀଙ୍କୁ ଦରଘାବଜାର ଥାନା, ଶ୍ରୀଲିଙ୍ଗରାଜ ଥାନାର ପ୍ରଫୁଲ୍ଲ ଦାସଙ୍କୁ ଟ୍ରାଫିକ୍ ଥାନା କଟକକୁ ବଦଳି ହୋଇଛି ।