ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ମାଣ ହେବ ନୂଆ ପରୀକ୍ଷା କେନ୍ଦ୍ର । ଏଠାରେ ଏକାଥରକେ ୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପ୍ରାୟ ୨୬ ହଜାର ବର୍ଗଫୁଟରେ ପରୀକ୍ଷା କେନ୍ଦ୍ରକୁ ନିର୍ମାଣ କରାଯିବ। ସୋମବାର ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପରୀକ୍ଷା କେନ୍ଦ୍ରର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ । ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଅଭୟ କୁମାର ନାୟକ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ପରୀକ୍ଷା କେନ୍ଦ୍ର ପାଇଁ ମୋଟ୍ ୪ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୱାଲର୍ଡ ବ୍ୟାଙ୍କ ଗ୍ରାଣ୍ଟ ଯୋଗେ ନିର୍ମାଣ ହେବାକୁ ଯାଉଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍‌ ନେଇଛି । କେନ୍ଦ୍ରକୁ ଠିକ୍‌ ସମୟସୀମା ମଧ୍ୟରେ ପୂରା କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.