ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ !
ଗୌହାଟି, (ଓଡିଶା ଟାଇମ୍): ଦେଶର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦାବି କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ୍ କଂଗ୍ରେସ ନେତା ତରୁଣ ଗୋଗେଇ ।
ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋଗୋଇ କହିଛନ୍ତି ଯେ ମୋତେ ମୋ ବିଶ୍ୱସ୍ଥ ସୁତ୍ରରୁ ଖବର ମିଳିଛି ଯେ ରଞ୍ଜନ ଗୋଗୋଇଙ୍କ ନାମ ବିଜେପିର ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଲିଷ୍ଟରେ ରହିଛି ।
ଆହୁରି ମଧ୍ୟ ଯଦି ପୂର୍ବତନ ପ୍ରଧାନ ବିଚାରପତି ରାଜ୍ୟସଭା ଯାଇପାରୁଛନ୍ତି ତା’ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମଧ୍ୟ ସହମତି ଦେଇପାରନ୍ତି ।
ଗୋଗେଇ ଆହୁରି ମଧ୍ୟ କହିଛନ୍ତି, ଏସବୁ ରାଜନୀତି ଅଟେ । ଅଯୋଧ୍ୟା ରାମ ମନ୍ଦିର ମାମଲାର ନିଷ୍ପତ୍ତିକୁ ନେଇ ବିଜେପି ତାଙ୍କ ଉପରେ ଖୁସିଥିଲା । ଏମିତି ସମୟରେ ସେ ରାଜ୍ୟସଭାକୁ ଯିବାକୁ ରାଜି ହୋଇ ଧିରେ ସେ ରାଜନୀତିରେ ପ୍ରବେଶ କରିଥିଲେ ବୋଲି ଦାବି କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଆହୁରି ଘୋଷଣା କରିଛନ୍ତି ଯେ କି ସେ ଆସାମର କଂଗ୍ରେସ ପାର୍ଟିର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ । ସେ ବିଜେପି ଶାସନକୁ ହଟାଇବା ଲାଗି ଏକ ମହାଗଠବନ୍ଧନ ବନାଇବା ଲାଗି ପ୍ରୟାସ କରୁଛନ୍ତି ।
ଯେଉଁଥିରେ ବଦରୁଦ୍ଦିନ ଅଜମଲର ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ, ଲେଫ୍ଟ ଓ ଆଞ୍ଚଳିକ ପାର୍ଟି ଏକଜୁଟ ହୋଇଛନ୍ତି ।
ଏହାଛଡା ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି ନାହିଁ । ମୁଁ ଏକ ପରାମର୍ଶ ଦାତା ଭାବେ କାର୍ଯ୍ୟ କରିବାକୁ ଚାହୁଁଛି । କଂଗ୍ରେସରେ ବହୁ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି, ଯେଉଁମାନେ କି ଏହି ଦାୟିତ୍ୱ ନେଇପାରିବେ ।
ହେଲେ କଂଗ୍ରେସର ବହୁ ବଡ ବଡ ନେତା ଏହି ଗଠବନ୍ଧନ ପ୍ରୟାସକୁ ବିରୋଧ କରୁଛନ୍ତି ।