ଆଜି ରିଲିଜ୍ ହେବ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।
ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଫିଲ୍ମକୁ ଦେଖିବା ପାଇଁ ଉତ୍ସାହୀ ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୦ମି.ରେ ରିଲିଜ ହେବ । ସୁଶାନ୍ତ ସିଂହ ରାଜପୁତ ଓ ସଞ୍ଜନା ସାଘିଂଙ୍କ ଅଭିନୀତ ଫିଲ୍ମର ଟ୍ରେଲର ଜୁଲାଇ ୬ରେ ରିଲିଜ ହୋଇଥିଲା । ୟୁଟ୍ୟୁବରେ ପ୍ରାୟ ୧ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।
ଦର୍ଶକ ମାନେ ଏହି ଫିଲ୍ମକୁ ଡିଜନୀ+ହଟଷ୍ଟାର୍ ପ୍ଲାଟଫର୍ମରେ ଜୁଲାଇ ୨୪ ତାରିଖ ସନ୍ଧ୍ୟା ୭ଟା ୩୦ମି.ରେ ଦେଖିପାରିବେ । ଦର୍ଶକ ମାନେ ହଟଷ୍ଟାରରେ ପ୍ରିମିୟମ୍ ମେମ୍ବର୍ସ ନଥିଲେ ବି ଏହି ଫିଲ୍ମ ଦେଖିବାର ସୁଯୋଗ ପାଇ ପାରିବେ ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।
ନିକଟ ଅତୀତରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟାଇଟଲ୍ ଟ୍ରାକ୍ ସହ ଗୀତ ଗୁଡିକ ରିଲିଜ ହୋଇଛି । ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।
ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।