ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ
ଶ୍ରୀନଗର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ଅଲ୍ଆଉଟ୍ ଜାରି ରହିଛି । ଜାମ୍ମୁ-କାଶ୍ମୀରର ସୋପାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍କାଉଣ୍ଟର ଜାରି ରହିଛି । ଏନ୍କାଉଣ୍ଟରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ସେନା ଓ ସ୍ଥାନୀୟ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୋପାର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସେନା ଓ ପୋଲିସକୁ ମିଳିଥିଲା । ଖବର ମିଳିବା ମାତ୍ରେ ସେନା ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ଲୁଚି ରହିଥିବା ଅଞ୍ଚଳକୁ ସେନା ପୁରା ଘେରି ଯାଇଥିଲା , ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ ସେନା ପକ୍ଷରୁ କୁହାଯାଇଥିଲା । କିନ୍ତୁ ସେମାନେ ଆତ୍ମସମର୍ପଣ କରିବେ କଣ ଓଲଟା ଗୁଳି ଚାଳନା କରିଥିଲେ । ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଥିଲା ।
ବହୁ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସେନା ଗୁଳିରେ ୨ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ଅଞ୍ଚଳରେ ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ସୋପାର ପୋଲିସ, ୨୨ଆରଆର୍ ଓ ସିଆର୍ପିଏଫ୍ ଜବାନ ରହିଛନ୍ତି । ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ୨ ରୁ ୩ ଆତଙ୍କୀ ଲୁଚିରହିଥିବା ମଧ୍ୟ ଆଶଙ୍କା କରାଯାଉଛି ।