ବଡ଼ଗାମରେ ଗୁଳି ବିନିମୟ : ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରିଲେ ସୁରକ୍ଷାକର୍ମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ବଡ଼ଗାମରେ ଗୁରୁବାର ସକାଳୁ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଆଜି ସକାଳେ ପଠାନପୋରାରେ ସର୍ଚ୍ଚ ଅପରେସନ୍ ଚଲାଇଥିଲେ,ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। ଉଭୟ ଆଡ଼ୁ ଏବେବି ଗୁଳି ବିନିମୟ ଜାରି ରହିଛି।

ଏହା ପୂର୍ବରୁ ବୁଧବାର ଜାମ୍ମୁ କାଶ୍ମୀରର ସୋପିୟାନ୍ ଜିଲ୍ଲାରେ ସୁରକ୍ଷାକର୍ମୀ ଗୁଳିମାଡ଼ରେ ୫ଆତଙ୍କବାଦୀଙ୍କୁ ମାରିଥିଲେ। ଏହା ସହିତ ଗତ ୪ଦିନରେ ୧୪ଆତଙ୍କବାଦୀ ନିହତ ହୋଇଛନ୍ତି।

ଦକ୍ଷିଣ କାଶ୍ମୀରରେ ସୋପିୟାନର ସୁଗୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତିର ସଠିକ୍ ସୂଚନା ମିଳିବା ପରେ ସକାଳେ ଏଠାରେ ଘେରାଉ କରାଯାଇଥିଲା ଏବଂ ସର୍ଚ୍ଚ ଅପରେସନ ଚଲାଯାଇଥିଲା। ସୋପିୟାନରେ ୪ଦିନରେ ଏହା ସବୁଠୁ ବଡ଼ ଧରଣର ଗୁଳି ବିନିମୟ ଥିଲା। ସୋପିୟାନରେ ୪ଦିନ ମଧ୍ୟରେ ଏହା ତୃତୀୟ ସବୁଠୁ ବଡ଼ ଗୁଳି ବିନିମୟ ଥିଲା । ରବିବାର ଏବଂ ସୋମବାର ସୁରକ୍ଷାକର୍ମୀଙ୍କ ସହ ଦୁଇଟି ଗୁଳି ବିନିମୟରେ ହିଜବୁଲ୍ ମୁଜାହିଦ୍ଦିନଙ୍କ ୯ଟି ଆତଙ୍କବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *