ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀର ମୃତ୍ୟୁ

ମାଲାକାନଗିରି, (ଓଡିଶା ଟାଇମ୍): ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଅତ୍ୟାଧୁନିକ ଓ୍ୱାକିଟକି ସହ ବନ୍ଧୁକ ଜବତ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଏଲନଗନାର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ମୃତ ମାଓବାଦୀ ପରିଚୟ ମିଳିପାରିନାହିଁ। ପୋଲିସକୁ ଟାର୍ଗେଟ କରି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ମାଓବାଦୀ କ୍ୟାମ୍ପ ପକାଇଥିବା ଖବର ପାଇ ଯବାନ ଅପରେସନ ଆରମ୍ଭ କରିଥିଲେ। ପୋଲିସ ଗୁଳିରେ ଏକାଧିକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କାରେ ପୋଲିସ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଚଳାଇଛି।

ପୂର୍ବରୁ ମଧ୍ୟ ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନ ଏନ୍‌କାଉଣ୍ଟର କରିଥିଲେ। ଏନକାଉଣ୍ଟର୍‌ରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ ହୋଇଥିଲେ । ଘଟଣାସ୍ଥଳରୁ AK-୪୭ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ମଧ୍ୟ ହୋଇଥିଲେ। ତେବେ ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା। ତେବେ ପୂର୍ବରୁ ଜୁନ୍‌ ୧୬ରେ ବିଶାଖାପାଟଣା ଜିଲ୍ଲା କୋୟୁରୁ ଗାଁ ନିକଟରେ  ବୁଧବାର ସକାଳୁ ସକାଳୁ  ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ  ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ଏହି ଏନକାଉଣ୍ଟରରେ ୬ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *