ଗ୍ୟାଙ୍ଗଷ୍ଟର୍ ହାଇଦରକୁ ଏନ୍କାଉଣ୍ଟର, ଗୋଡ଼ ଏବଂ ପେଟରେ ବାଜିଛି ଗୁଳି
ଭୁବନେଶ୍ବର, (ଓଡିଶା ଟାଇମ୍):ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନ୍କାଉଣ୍ଟର୍ ହୋଇଛି । ହାଇଦର୍କୁ ଚୌଦ୍ୱାର ଜେଲ୍ରୁ ସମ୍ୱଲପୁର ଜେଲ୍କୁ ନେଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ପୋଲିସ୍ ତା ଉପରକୁ ଗୁଳି ଚଳାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର- ବାରିପଦା ରାସ୍ତାରେ ଏପରି ଘଟଣା ଘଟିଥିବା ଜଣା ପଡ଼ିଛି । ଆହାତ ହାଇଦରକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ସିମୁଳିଆ ନିକଟରେ ହୋଇଥିଲା ଏହି ଏନ୍କାଉଣ୍ଟର ।
ସୂଚନାଯୋଗ୍ୟ, ପୂର୍ବରୁ ଥରେ ହାଇଦର୍ ପୋଲିସ୍କୁ ଚକ୍ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା ।











