ମେଦବହୁଳତା ସହ ପେଟ ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହି ଜିନିଷ
(ଓଡିଶା ଟାଇମ୍) : ମେଦବହୁଳତା ଆଜିକାଲି ଅନେକ ଲୋକଙ୍କ ସମସ୍ୟା ପାଲଟି ଗଲାଣି । ତା ସାଙ୍ଗକୁ ପୁଣଇ ପେଟ ସମସ୍ୟା । ଏହି ସବୁ ସମସ୍ୟା ଦୂର କରିବାକୁ ସକାଳ ସମୟରେ ଅମୃତଭଣ୍ଡା ଖାଆନ୍ତୁ , ସେବନ କରନ୍ତୁ ଘି କୁଆଁରି ।
ପୂରା ଦିନ ପରିପୂର୍ଣ୍ଣ ରହିବା ପାଇଁ ଆମକୁ ସକାଳ ସମୟରେ ଠିକ ଭାବେ ଭରପୁର ପ୍ରୋଟିନ ଥିବା ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ସକାଳ ସମୟରେ କେଉଁ ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିବ ତାହା ଅନେକ ସମୟରେ ମନରେ ଆସେ । କିନ୍ତୁ ସକାଳ ସମୟରେ ଅମୃତଭଣ୍ଡା, ଘି କୁଆଁରି ଶରୀରକୁ ସୁସ୍ଥ ରଖିଥାଏ ।
ଅମୃତଭଣ୍ଡାରେ ଫାଇଭର ଭରପୁର ରହିଥାଏ । ଯାହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଅମୃତଭଣ୍ଡା କଲେଷ୍ଟ୍ରଲ କମ କରିବା ସହ ପେଟ ସଫା ରଖିବାରେ ସହାୟକ ହୋଇଥାଏ । କିଛି ଲୋକଙ୍କ ପେଟ ସମସ୍ୟା ଦେଖାଦେଉଥିଲେ ସେମାନେ ସକାଳ ଖାଲି ପେଟରେ ଘି କୁଆଁରି ସେବନ କରନ୍ତୁ । ଯାହା ପେଟକୁ ବିଷାକ୍ତ ପଦାର୍ଥ ବାହାର କରି ନିର୍ମଳ ରଖିଥାଏ ।