ଓପିଜିସିରେ କର୍ମଚାରୀ ଅନ୍ତର୍ଦ୍ୱନ୍ଦ୍ୱ, ସରକାରଙ୍କ ନିଷ୍ପତ୍ତିରେ ଅମାନିଆ ମୁଷ୍ଟିମେୟ କର୍ମଚାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ ବା ଓପିଜିସିରେ ପୁଣିଥରେ ତେଜିଛି ଗୋଷ୍ଠୀ କନ୍ଦଳ। ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ସରକାର ଚିହ୍ନି ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ଦେଇଛନ୍ତି ତାଙ୍କୁ ବଦ୍‌ନାମ କରିବା ଲାଗି ଲାଗି ପଡ଼ିଛନ୍ତି ପକିଛି ଅସ୍ଵିହ୍ୟା କର୍ମଚାରୀ। ଏହି ପରିସ୍ଥିତି ଜାରି ରହିଲେ  ଆଗକୁ ଓପିଜିସି ପୁଣିଥରେ କ୍ଷତିଆଡ଼କୁ ମୁହାଁଇପାରେ ବୋଲି ଯୁବକର୍ମଚାରୀଗୋଷ୍ଠୀ ଆଶଙ୍କା କରିଛନ୍ତି। ଏପରିକି ଏ ବିଷୟରେ ସରକାରୀ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିବା ସୂଚନା ମିଳିଛି। ତୁରନ୍ତୁ ଏହି ଈର୍ଷାପରାୟଣ ଗୋଷ୍ଠୀଙ୍କୁ ଠାବ କରି ତାଙ୍କୁ ଭିଆର୍‌ଏସ୍‌ ଦେବାକୁ ଦାବି କରିଛନ୍ତି ଓପିଜିସିର ଏମ୍‌ବିଏସ୍‌ ଓ କାଡର କର୍ମଚାରୀ।

ଓପିଜିସିରେ କର୍ମଚାରମାନଙ୍କ ଭିତରେ ଗୋଷ୍ଠୀ ବିବାଦ କିଛି ନୂଆ କଥା ନୁହେଁ। ବଜାରର ପ୍ରତିଦ୍ୱନ୍ଦ୍ୱିତାକୁ ମୁକାବିଲା କରିବା ତଥା ଉନ୍ନତ କୁଶଳୀ ମାନବସମ୍ବଳକୁ ନିଯୁକ୍ତ କରିବାକୁ ଯାଇ ୨୦୧୦ ମସିହାରେ ଓପିଜିସି ଏମ୍‌ବିଏସ୍‌ ବା ବଜାର ଭିତ୍ତିକ ଦରମା ବ୍ୟବସ୍ଥାକୁ ଗ୍ରହଣ କରିଲା, ତାଦ୍ୱାରା କର୍ମଚାରୀଙ୍କ ଚାକିରି ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରିଲା। ଖାଲି ସେତିକି ନୁହେଁ ଯେଉଁ ପୁରୁଣା କର୍ମଚାରୀ ଏ ବ୍ୟବସ୍ଥାକୁ ଆପଣାଇବାକୁ ଚାହିଁଲେ ତାଙ୍କୁ ବି ସୁଯୋଗ ମିଳିଲା।  ଏଥିରେ କିଛି କର୍ମଚାରୀ ରାଜି ହୋଇଥିଲେ ମଧ୍ୟ ମୁଷ୍ଟିମେୟ କର୍ମଚାରୀ ପୁରୁଣା ସରକାରୀ ସୁବିଧାସୁଯୋଗ ଥିବା ବ୍ୟବସ୍ଥାକୁ ନେଇ ଅଡ଼ି ବସିଲେ। ଫଳରେ ଦୁଇଭାଗରେ ବିଭକ୍ତ ହୋଇଥିଲା କର୍ମଚାରୀ ସମ୍ବଳ।

ଯେତେବେଳ ପର୍ଯ୍ୟନ୍ତ ଏଇଏସ୍‌ର ଅଂଶଧନ ଓପିଜିସିରେ ରହିଥିଲା ସେତେବେଳ ଯାଏ ଶୀର୍ଷ ପରିଚାଳନାର ଅଧିକାଂଶ ବ୍ୟବସ୍ଥା ଏଇଏସ୍‌ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଏ ଗୋଷ୍ଠୀ କନ୍ଦଳର ଫରକ ସେତିକି ପଡ଼ୁ ନଥିଲା। ହେଲେ ୨୦୧୯ରେ ଘରୋଇ କମ୍ପାନୀ ହାତରୁ ପରିଚାଳନା ଦାୟିତ୍ୱ ନେବା ପରେ ଉତ୍ତମ ପ୍ରଫେସନାଲ୍‌ଙ୍କ ଉପରେ ଯେଉଁଭଳି ଭାବେ ତତ୍‌କାଳୀନ କର୍ତ୍ତୃପକ୍ଷ ଆସ୍ଥାପ୍ରକଟ କରାଇ ନିଯୁକ୍ତି ଦଲେ ତାହାର ସୁଫଳ ଏବେ ଦେଖିବାକୁ ମିଳୁଛି। ଦୀର୍ଘଦିନ ଧରି ୟୁନିଟ୍‌ -୩ ଓ ୪ରେ ଥିବା ନିର୍ମାଣଜନିତ ତ୍ରୁଟିକୁ ସୁାଧାରାଯିବା ସହିତ ବିଜୁଳି ଉତ୍ପାଦନ ଓ ପିଏଏଲ୍‌ଏଫ୍‌ କ୍ରମାଗତ ଭାବେ ବଢ଼ିଛି। ଏସବୁ ବ୍ୟବସ୍ଥାକୁ ଉଚ୍ଚ ପରିଚାଳନା କର୍ତ୍ତୃପକ୍ଷ ସ୍ୱୀକାର ବି କରିଛନ୍ତି। କମ୍ପାନୀର ଉଭୟ ପରିଚାଳନା ନିର୍ଦ୍ଦେଶକ ଏବଂ ଅପରେସନ୍‌ ନିର୍ଦ୍ଦେଶକ ଯେଉଁଭଳି ଭାବେ ତାଳ ଦେଇ କାର୍ଯ୍ୟ କରୁଛନ୍ତି ତାହା ଏହାର ଉଜ୍ଜଳ ଭବିଷ୍ୟକୁ ସ୍ପଷ୍ଟ କରୁଛି।  ଏଥିରେ ତତ୍‌କାଳୀନ ପ୍ଲାଣ୍ଟ ସାଧାରଣ ପରିଚାଳକ ତଥା ବର୍ତ୍ତମାନ ସିନିୟର ଭାଇସ୍‌ପ୍ରେସିଡେଣ୍ଟ ଭାବେ ଦାୟିତ୍ୱ ନେଇଥିବା ସୁକାନ୍ତ ମହାପାତ୍ରଙ୍କ ଭୂମିକା ଉଲ୍ଳେଖନୀୟ ରହିଆସିଛି। ହେଲେ କିଛି ଈର୍ଷାନ୍ୱିତ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇ ଶ୍ରୀ ମହାପାତ୍ର ବିଗତ କିଛିଦିନ ତଳେ ଓପିଜିସିରୁ ମୁକ୍ତି ନେଇ ଆଉ ଏକ ପାୱାର ପ୍ଲାଣ୍ଟରେ ଯୋଗଦେଇଥିଲେ।

ପରବର୍ତ୍ତରୀ ସମୟରେ ସୁକାନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରି ପୁଣିଥରେ ପରିଚାଳନା ଗୋଷ୍ଠୀ ତାଙ୍କୁ ସିନିୟର ଭାଇସ୍‌ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ଦେଇଛନ୍ତି। ଏହାଦ୍ୱାରା ପ୍ଲାଣ୍ଟର ବିକାଶ ଧାରା ତଥା ବିଜୁଳି ଉତ୍ପାଦନ ଓ ଲାଭ ବଢ଼ିବ ବୋଲି ଆଶା କରାଯାଇଛି। ହେଲେ ଏଥିରେ କିନ୍ତୁ ଇର୍ଷାପରାୟଣ ହୋଇ କିଛି କର୍ମଚାରୀ ପୁଣିଥରେ ତାଙ୍କ ଉପରେ ପୁରୁଣା ରାଗ ଶୁଝାଇବା ପ୍ରୟାସ ଆରମ୍ଭ କରିଛନ୍ତି। ଏଣୁ ଉଭୟ ଏମ୍‌ବିଏସ୍‌ ଓ କ୍ୟାଡର କର୍ମଚାରୀ ଏଥିରେ ଅତିଷ୍ଠ ହୋଇଛନ୍ତି। ତୁରନ୍ତ ଏହି ଇର୍ଷାପରାୟଣ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସେମାନେ ଦାବି କରିଛନ୍ତି।

 

 

One thought on “ଓପିଜିସିରେ କର୍ମଚାରୀ ଅନ୍ତର୍ଦ୍ୱନ୍ଦ୍ୱ, ସରକାରଙ୍କ ନିଷ୍ପତ୍ତିରେ ଅମାନିଆ ମୁଷ୍ଟିମେୟ କର୍ମଚାରୀ

Leave a Reply to Himansu Bhusab Behera Cancel reply

Your email address will not be published. Required fields are marked *