ଆରାପାରିରେ ‘ଶିଶୁ ସଂସ୍କାର’ ର ‘ବଡଭାଇ’ ନଦୀୟ ବିହାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। 

ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ନେଇ ତାଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି। ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ‘ବଡ଼ଭାଇ’ ଭାବେ ଘରେ ଘରେ ପରିଚିତ ଥିଲେ ନଦୀୟା ବିହାରୀ ମହାନ୍ତି।

ସେ ଥିଲେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବ, ପାଠକ ମହଲରେ ଆଦୃତ ଓ ସୁପରିଚିତ। ଶିଶୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତାଙ୍କ ବିୟୋଗରେ ଆକାଶବାଣୀ, ଶ୍ରୋତା ମହଲ ତଥା ଶିଶୁ ସାହିତ୍ୟିକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। 

 

Leave a Reply

Your email address will not be published. Required fields are marked *