ହାତୀକୁ ବିସ୍ଫୋରକ ଭରା ସପୁରି ଖୋଇଥିବା ଗ୍ରାମବାସୀଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କଲା କେରଳ

ତିରୁବନନ୍ତପୁରମ୍‌, (ଓଡିଶା ଟାଇମ୍) : ୧୫ ବର୍ଷୀୟ ଜଙ୍ଗଲୀ ଅନ୍ତଃସତ୍ତ୍ବା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରିଥିବା କଥା ସାମ୍ନାକୁ ଆସିଛି।
ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ ଉପଖଣ୍ଡରେ ଘଟିଥିବା ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଥିଲେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ । ଏହି କାମ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି।

ଏହି ଘଟଣା ସଂକ୍ରାନ୍ତରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ମଧ୍ୟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ବୁଧବାର ଦିନ ସେ ଦିଲ୍ଲୀରେ କହିଛନ୍ତି, କେରଳରେ ହାତୀଟିଏ ମରିଥିବା ଘଟଣାକୁ ପରିବେଶ ମନ୍ତ୍ରାଳୟ ଗମ୍ଭୀରତାର ସହ ଗ୍ରହଣ କରିଛି। ଘଟଣାର ପୂର୍ଣ୍ଣ ବିବରଣୀ ପାଇଁ କହିଛି। ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published.