ପୌର ଭୋଟ : ଆଜି ନାମାଙ୍କନ ଦାଖଲର ଚତୁର୍ଥ ଦିନ, ଟିକେଟ୍ ହାତେଇବା ପାଇଁ ଲବି ଜୋରଦାର

ଭୁବନେଶ୍ବର, (ଓଡିଶା ଟାଇମ୍): ପୌର ନିର୍ବାଚନକୁ ନେଇ କମ୍ପୁଛି ରାଜଧାନୀ। ନୋମିନେସନ୍ ଫାଇଲ୍ କରୁଛନ୍ତି ଜଣେ ପରେ ଜଣେ ପ୍ରାର୍ଥୀ। ପୌର ନିର୍ବାଚନ ପାଇଁ ନାମାଙ୍କନ ଦଖଲର ଆଜି ତୃତୀୟ ଦିନ । ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଭୁବନେଶ୍ବର ମହାନଗର ନିଗମରେ ନିର୍ବାଚନକୁ ନେଇ ରାଜନୀତି ପୁରା ସରଗରମ । ନାମାଙ୍କନ ଓ ଫର୍ମ କିଣିବାକୁ ପାଇଁ ଭୁବନେଶ୍ବର ଏଡିଏମ ଅଫିସରେ ଲାଗୁଛି ଭିଡ । ଅନ୍ୟପଟେ ଟିକେଟ୍ ହାତେଇବା ପାଇଁ ଶେଷ ମୂହୁର୍ତ୍ତରେ ଲବି ଜୋରଦାର କରିଛନ୍ତି ଆଶାୟୀ ପ୍ରାର୍ଥୀ । ସେଥିପାଇଁ ସକାଳୁ ସଂଧ୍ୟା ଯାଏଁ ଦଳୀୟ କାର୍ଯ୍ୟାଳୟ ଓ ବିଧାୟକଙ୍କ ଘର ଆଗରେ ଜମୁଛି ଭିଡ । ଯେହେତୁ ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ପୁରା ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇନି ସେଥିପାଇଁ ଆଶାୟୀ ଏବେ ବି ଆଶା ଛାଡିନାହାଁନ୍ତି । ଦଳୀୟ ଟିକେଟ ମିଳୁ କି ନମିଳୁ ଆଗତୁରା ନାମାଙ୍କନ ପତ୍ର କିଣି ନେଇଛନ୍ତି ବହୁ ଆଶାୟୀ।

Leave a Reply

Your email address will not be published.