ଆଜି ୫ ରାଜ୍ୟରେ ନିର୍ବାଚନ, ୪୭୫ଟି ଆସନରେ ମତଦାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ । ମୋଟ ୪୭୫ଟି ଆସନରେ ଭୋଟ ଗ୍ରହଣ ହେବ। ପଶ୍ଚିମବଙ୍ଗରେ ତୃତୀୟ, ଆସାମରେ ଚୂଡ଼ାନ୍ତ, ତାମିଲନାଡ଼ୁ, କେରଳ, ପୁଡୁଚେରୀରେ ଗୋଟିଏ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ହେବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ତେବେ  ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୧ଟି ବିଧାନସଭା ଆସନରେ ଭୋଟ ହେବ। ହାଓଡ଼ା, ହୁଗୁଳି ଏବଂ ଦକ୍ଷିଣ ୨୪ ପ୍ରଗଣାର ୭୮.୫ ଲକ୍ଷ ଭୋଟର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟରେ ୨୩୪ ଆସନରେ ମୋଟ ୩,୯୯୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତାମିଲନାଡୁର ୬ କୋଟି ୨୮ ଲକ୍ଷ ଭୋଟର ୩ହଜାର ୯୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୪ଜଣଙ୍କୁ ଚୟନ କରିବେ।

ସେହିପରି କେରଳର ମୋଟ ୧୪୦ଟି ଆସନରେ ୨ କୋଟି ୭୪ କୋଟି ଭୋଟର୍ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଠାରେ ଶାସକ ଏଲ୍ ଡିଏଫ୍ ଏବଂ ବିରୋଧ ୟୁଡିଏଫ୍ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଆସାମରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ରେ ଆଜି ୧୨ଟି ଜିଲ୍ଲାର ୪୦ ଆସନରେ ଭୋଟ ହେବ । ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପୁଡୁଚେରୀର ମୋଟ ୩୦ଟି ଆସନରେ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ ଲକ୍ଷ ୪ ହଜାର ୫୦୭ ଭୋଟର୍ । ଏଥିସହିତ ତାମିଲନାଡ଼ୁର କନ୍ୟାକୁମାରୀ ଏବଂ କେରଳ ମାଲାପୁରମ ଲୋକସଭାରେ ଆସନରେ ମଧ୍ୟ ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଛି। ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ସେହିପରି କୋଭିଡ-୧୯ ପ୍ରୋଟକଲକୁ ମାନି ମତଦାନ କରିବା ପାଇଁ ନିର୍ବାଚନ କମିଶନ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *