ନବମ , ଦଶମ ପରେ ଆଜିଠୁ ସ୍କୁଲ ଯିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ କ୍ଲାସ। ନବମ , ଦଶମ ପରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ । ଅନଲାଇନ ବଦଳରେ ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ସ୍କୁଲରେ କୋଭିଡ ଗାଇଡଲାଇନକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ଏତେ ଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କ୍ଲାସ ଆରମ୍ଭ ହେବା ପୂର୍ବରୁ ସ୍କୁଲକୁ ସାନିଟାଇଜ କରାଯାଇଛି। କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତ ସାନିଟାଇଜ କରାଯିବ ।

ସେହିପରି ଛାତ୍ରଛାତ୍ରୀମାନଙ୍କ ବସିବା ସ୍ଥାନ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଦୂରତା ରଖାଯିବ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲରେ ଆଇସୋଲେସନ ରୁମ ମଧ୍ୟ ଖୋଲାଯାଇଛି। ଦୀର୍ଘ ଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନଲାଇନ ପାଠପଢ଼ାରେ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିଲା। ହେଲେ କ୍ଲାସରୁମରେ ପାଠପଢ଼ା ଆଗଭଳି ସହଜ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

Leave a Reply

Your email address will not be published.