ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ କରାଯିବ ବିଶେଷଜ୍ଞ କମିଟି
ଭୁବନେଶ୍ବର, (ଓଡିଶା ଟାଇମ୍): ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କମିଟି ଗଠନ ହେବ । ଶିକ୍ଷାବିତ୍ ମାନେ ମଧ୍ୟ କମିଟିରେ ରହିବେ ।
ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ ବିଶେଷଜ୍ଞ କମିଟି । ସେମାନେ କିଭଳି ପରୀକ୍ଷା ଫଳ ବାହାର କରୁଛନ୍ତି ତାହାର ନୀତି ନିୟମକୁ ମଧ୍ୟ ତର୍ଜମା କରାଯିବ । ତର୍ଜମା ପରେ ନିଷ୍ପତ୍ତି ନିଆଯିବ । ସିବିଏସଇ ଓ ଆଇସିଏସଇ ପରୀକ୍ଷାଫଳ ସମୟରେ ସିଏଚଏସଇ +୨ ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।











