ୟାମି ଗୌତମଙ୍କୁ ଇଡିର ସମନ : ମନି ଲଣ୍ଡରିଂ ମାମଲାରେ ହୋଇପାରେ ପଚରାଉଚରା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ସମନ କରାଯାଇଛି। ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ଅଭିନେତ୍ରୀଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ନିକଟରେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କ ସହ ବିବାହ କରିଥିଲେ ୟାମି । ସୂଚନା ଅନୁଯାୟୀ ୟାମି ଫେମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଇଡିର ଜୋନ୍ ୨ ଦ୍ୱାରା ଏହି ମାମଲାର ଅନୁସନ୍ଧାନ କରାଯାଉଛି।
Mumbai: Enforcement Directorate (ED) summons actor Yami Gautam, asking her to appear before them next week to record her statement in connection with alleged irregularities under FEMA (Foreign Exchange Management Act).
(File photo) pic.twitter.com/orR0zzk2nn
— ANI (@ANI) July 2, 2021