୧୬ ଟ୍ରେନ୍‌ ବାତିଲ୍‌: ଇଷ୍ଟକୋଷ୍ଟ ରେଲ୍‌ଓ୍ବେ କହିଲା ସାମୟିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଉତ୍ତର ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳ ମଣ୍ଡଳ ଅନ୍ତର୍ଗତ କଲାଈଗ୍ରାମ ଓ ଗୁମାନି ହାଟ ରେଳ ସେକ୍ସନ ମଧ୍ୟରେ  କୋଲାଇଗ୍ରାମ, ସାଲବାରୀ, ଫାଲକାଟା ଏବଂ ଗୁମାନି ହାଟ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସହିତ ନନ-ଇଣ୍ଟର ଲକିଙ୍ଗ କାର୍ଯ୍ୟ କୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନ୍ଗୁଡ଼ିକୁ ସାମୟିକ ଭାବେ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯିବାକୁ ନିଷ୍ପତି ନିଆଯାଇଅଛି  |  ଏହି ଟ୍ରେନ୍ ଗୁଡିକ ହେଉଛି…

ବାତିଲ ହେବାକୁଥିବା ଟ୍ରେନ –

• 02510 ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ ସ୍ପେଶାଲ ଗୌହାଟୀରୁ ଅକ୍ଟୋବର ମାସ 4 ଏବଂ 5 ତାରିଖ ଦିନ |

• 02509 ବାଙ୍ଗାଲୋର କ୍ୟାଣ୍ଟ-ଗୌହାଟୀ ସ୍ପେଶାଲ ବାଙ୍ଗାଲୋର କ୍ୟାଣ୍ଟରୁ 7 ଏବଂ 8 ଅକ୍ଟୋବର 2021 ଦିନ |

• 02513 ସିକନ୍ଦରାବାଦ-ଗୌହାଟୀ ସ୍ପେସିଆଲ୍ ସିକନ୍ଦରାବାଦରୁ  2 ଅକ୍ଟୋବର ’2021 ଦିନ |

• 02514 ଗୌହାଟୀ-ସିକନ୍ଦରାବାଦ ସ୍ପେସିଆଲ୍ ଗୌହାଟୀରୁ 7 ଅକ୍ଟୋବର ’2021 ଦିନ |

• 02551 ଯଶୋବନ୍ତପୁର-କାମାକ୍ଷା ସ୍ପେଶାଲ୍ ଯଶୋବନ୍ତପୁରରୁ 2 ଅକ୍ଟୋବର, 2021 ଦିନ |

• 02552 କାମାକ୍ଷା-ଯଶୋବନ୍ତପୁର ସ୍ପେଶାଲ୍ କାମାକ୍ଷାରୁ 6 ଅକ୍ଟୋବର 2021 ଦିନ |

• 05629 ତାମ୍ବରମ୍-ସୀଲଘାଟ ଟାଉନ୍ ସ୍ପେସିଆଲ୍ ତାମ୍ବରମରୁ 4 ଅକ୍ଟୋବର ’2021 ଦିନ |

• 05630 ସିଲଘାଟ ଟାଉନ-ତାମ୍ବରମ ସ୍ପେଶାଲ ସିଲଘାଟ ଟାଉନରୁ 8 ଅକ୍ଟୋବର 2021 ଦିନ |

• 05639 ପୁରୀ-କାମାକ୍ଷା ସ୍ପେଶାଲ୍ ପୁରୀରୁ 5 ଅକ୍ଟୋବର, 2021 ଦିନ |

•  05644 କାମାକ୍ଷା-ପୁରୀ ସ୍ପେଶାଲ୍ କାମାକ୍ଷାରୁ 7 ଅକ୍ଟୋବର, 2021 ଦିନ |

• 02516 ସିଲଚାର୍-କୋଏମ୍ବାଟୁର ସ୍ପେଶାଲ୍ ସିଲଚରରୁ 5 ଅକ୍ଟୋବର, 2021 ଦିନ |

• 02515 କୋଏମ୍ବାଟୁର-ସିଲଚାର୍ ସ୍ପେସିଆଲ୍ କୋଏମ୍ବାଟୁରରୁ 10 ଅକ୍ଟୋବର, 2021 ଦିନ |

• 07030 ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍ ସିକନ୍ଦରାବାଦରୁ 4 ଅକ୍ଟୋବର, 2021ଦିନ |

• 07029 ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ୍ ଅଗରତାଲା ଠାରୁ 8 ଅକ୍ଟୋବର, 2021 ଦିନ |

• 05487 ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ସ୍ପେସାଲ୍ ବାଙ୍ଗାଲୋର କ୍ୟାଣ୍ଟରୁ 5 ଅକ୍ଟୋବର, 2021 ଦିନ |

• 05488 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସାଲ୍ ଅଗରତାଲାରୁ 9 ଅକ୍ଟୋବର, 2021 ଦିନ |

ଟ୍ରେନର ମାର୍ଗ ପରିବର୍ତ୍ତନ –

• 3 ଅକ୍ଟୋବର 2021 ରେ ଗୌହାଟୀରୁ ଛାଡିବାକୁ ଥିବା 02510 ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ ସ୍ପେଶାଲ ମାର୍ଗ ପରିବର୍ତ୍ତନ କରି ନ୍ୟୁ କୁଚବିହାର-ମଥାଭଙ୍ଗା-ୱାଇ ଲେଗ ସ୍ପେଶାଲ କ୍ଲାସ ଷ୍ଟେସନ-ରାଣୀ ନଗର ଜଲପାଈଗୁଡ଼ି ଷ୍ଟେସନ ମାର୍ଗରେ ଯାତ୍ରା କରି ମାୟାନାଗୁଡି ଷ୍ଟେସନ ଠାରେ ରହଣି କରିବ |

Leave a Reply

Your email address will not be published.