ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ ଦେଶୀ ଘିଅ
(ଓଡିଶା ଟାଇମ ) :ଶୀ ଘିଅ ସ୍ୱାସ୍ଥ୍ୟ ପାଇଁ ଅତି ଉପକାରୀ । ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟ କାରଣରୁ ଡାଇବେଟିସ ରୋଗ ଲୋକଙ୍କ ପାଇଁ ସାଧାରଣ ପାଲଟିଗଲାଣି । ଡାଇବେଟିସ ରୋଗୀ ବିଶେଷ ଭାବେ ନିଜର ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବା ଜରୁରୀ ।
ଡାଇବେଟସ ରୋଗୀଙ୍କୁ ହୃଦରୋଗ ଆଶଙ୍କା ଅଧିକ ରହିଥାଏ । ଘିଅ ଅନେକ ପ୍ରକାର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଘିଅରେ ଲିନୋଲେଇକ ଏସିଡ଼ ରହିଥାଏ । ଯାହା ନିତିଦିନିଆ ଖାଦ୍ୟରେ ସାମିଲ କରିବା ଦ୍ୱାରା ହୃଦରୋଗ ହେବା ଆଶଙ୍କା ଦୂର ହୋଇଥାଏ । ଘିଅରେ ଥିବା ଫେଟି ଏସିଡ଼ ମେଟାବୋଲିଜମରେ ସାହାଯ୍ୟ କରିଥାଏ । ଦେଶୀ ଘିଅକୁ ଭାତ ସହ ଖାଇବା ଦ୍ୱାରା ଭାତରେ ଥିବା ମିଠାର ପରିମାଣ କମ କରିବାରେ ସାହାଯ୍ୟ କରିଥାଏ । ଦେଶୀ ଘିଅର ଠିକ ଭାବରେ ସେବନ କରିବା ଦ୍ୱାରା ଶରୀରରେ ଥିବା ଅତ୍ୟଧିକ ଚର୍ବି କମ ହୋଇଥାଏ । ଯାହା ଦ୍ୱାରା ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।