କମ୍ପନରେ ଥରିଲା ମିଜୋରାମ, ୬.୧ ତୀବ୍ରତାରେ ଭୂକମ୍ପ ଅନୁଭୁତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶୁକ୍ରବାର ସକାଳେ ମିଜୋରାମରେ ୬.୧ ତୀବ୍ରତାରେ ଭୂକମ୍ପ ଅନୁଭଊତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ସକାଳ ପ୍ରାୟ ୫.୧୫ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଇଉରୋପୀୟ-ମେଡେରାନୀୟ ସେସମୋଲୋଜିକାଲ ସେଣ୍ଟର ୱେବସାଇଟ୍ (EMSC)ରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ ବାଂଲାଦେଶର ଚିଟାଗଙ୍ଗ ଏବଂ ପୂର୍ବ ଭାରତୀୟ ସହର କୋଲକାତା ୨୮୦ମାଇଲ ଦୂର ଆଇଜାୱାଲରେ ଏହି କମ୍ପନ ଅନୁଭବ ହୋଇଥିଲା ।
Earthquake of Magnitude:4.3, Occurred on 11-12-2021, 10:17:15 IST, Lat: 37.24 & Long: 72.18, Depth: 126 Km ,Location: 145km E of Fayzabad, Afghanistan for more information download the BhooKamp App https://t.co/aJJXMVft50@ndmaindia @Indiametdept pic.twitter.com/FXyyrCGnww
— National Center for Seismology (@NCS_Earthquake) December 11, 2021
ସୂଚନା ଅନୁୟାୟୀ ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା ଚିଟାଗଙ୍ଗ । EMSC ଏବଂ ଭାରତର ଭୂକମ୍ପ ମନିଟରିଂ ଏଜେନ୍ସି ଅନୁଯାୟୀ ଉତ୍ତର-ପୂର୍ବ ଭାରତ ତଥା ବାଂଲାଦେଶର ପ୍ରମୁଖ ସହରରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି।