ଲଦାଖ୍ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ କିଛି ସମୟ ପୂର୍ବରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଭୂକମ୍ପ ହୋଇଛି । କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ । ଦିନ ଗୋଟାଏ ୧୧ ମିନିଟରେ ଭୂକମ୍ପ ହୋଇଥିଲା । ଲଦାଖରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ଜୁନ ୨୬ ତାରିଖ ରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା ।

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହେବାର କିଛି ସମୟ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦିନ ୨ଟା ୨ ମିନିଟରେ ୩.୬ ତୀବ୍ରତାର ହୁକମ୍ପ ହୋଇଥିଲା । ସେଠାରୁ ମଧ୍ୟ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ ।

କରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରାୟ ପ୍ରତିଦିନ ଦେଶର ଯେକୌଣସି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ବିଶେଷକରି ଉତ୍ତର ଓ ପୂର୍ବ ଭାରତରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଜାମ୍ମୁ କାଶ୍ମୀରରେ ଗତ ମାସେ ଭିତରେ ୫ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତ ସପ୍ତାହରେ ମିଜୋରାମରେ ଲଗାତାର ୩ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Leave a Reply

Your email address will not be published. Required fields are marked *