ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା୬.୧

ଜାକର୍ତ୍ତା, (ଓଡିଶା ଟାଇମ୍): ଇଣ୍ଡୋନେସିଆ ଉପକୂଳରେ ଥିବା ଦ୍ୱୀପ ମାଲୁକୁରେ ଗୁରୁବାର ଦିନ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ତେବେ ଏଥିପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ। ଏହି ଭୂକମ୍ପ ଟର୍ନେଟ ସହରରୁ ପ୍ରାୟ ୧୨୭ କିଲୋମିଟର ଦକ୍ଷିଣ ପଶ୍ଚିମକୁ ଭୂଗର୍ଭରେ ୩୧ କିଲୋମିଟର ତଳେ ସଂଗଠିତ ହୋଇଥିବା ଜଣାଯାଇଛି।

ଭୂକମ୍ପ ପ୍ରଭାବ ଜନିତ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇନାହିଁ। ସୂଚନାଯୋଗ୍ୟ ଯେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ‘ରିଙ୍ଗ ଅଫ ଫାୟାର’ରେ ନିଜର ଅବସ୍ଥିତି କାରଣରୁ ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପନ ଅନୁଭୂତ ହୋଇଥାଏ। ୨୦୦୪ରେ ସୁମାତ୍ରା ଉପକୂଳରେ ଘଟିଥିବା ୯.୧ ତୀବ୍ରତାର ଭୂକମ୍ପ କାରଣରୁ ସମୁଦ୍ରରେ ବଡଧରଣର ସୁନାମି ଆସି ଇଣ୍ଡୋନେସିଆର ପ୍ରାୟ ୧,୭୦,୦୦୦ଙ୍କ ସମେତ ଉକ୍ତ ଅଞ୍ଚଳରେ ୨,୨୦,୦୦୦ରୁ ଅଧିକ ଲୋକଙ୍କର ଜୀବନ ହାନି ଘଟିଥିଲା।

Leave a Reply

Your email address will not be published. Required fields are marked *