ଦିଲ୍ଲୀ-ଏନ୍ସିଆର୍ରେ ପୁଣି ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତିବ୍ରତା ୨.୧
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଭୂକମ୍ପର ତିବ୍ରତା ୨.୧ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସୀ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାପୂର୍ବରୁ ଜୁନ୍ ୫ରେ ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତିବ୍ରତା ୪.୧ ରହିଥିଲା । ତେବେ ଗତ ଦୁଇମାସ ଭିତରେ ଏହା ୬ଥର ଭୂକମ୍ପ ଝଟ୍କା ।
ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ନୂଆଦିଲ୍ଲୀ-ଏନ୍ସିଆରରେ ଭୂକମ୍ପ ଝଟ୍କା ଅନୂଭୂତ ହୋଇଥିଲା । ଲୋକମାନେ ଭୂକମ୍ପ ଝଟ୍କା ପାଇବା ମାତ୍ରେ ଘରୁ ବାହାରକୁ ଚାଲିଆସିଥିବାର ଦେଖିବାକୁ ମିଳିଛି । କିଛି ସେକେଣ୍ଡ ପାଇଁ ଭୂକମ୍ପ ଝଟ୍କା ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ଧନ କି ଜୀବନ ହାନୀର ଖବର ଆସିନାହିଁ । ତେବେ ଗତ କିଛି ଦିନ ହେଲା ଦିଲ୍ଲୀରେ ଲଗାତର ଭାବେ ଭୂକମ୍ପ ଝଟ୍କା ଅନୂଭୂତ ହେଉଛି । ଏହାପୂର୍ବରୁ ଜୁନ୍ ୩ରେ ଭୂକମ୍ପ ଝଟ୍କା ହୋଇଥିଲା। ଯାହାର ତିବ୍ରତା ୩.୨ ରହିଥିଲା । ସେହିପରି ମେ ୨୯ରେ ଦିଲ୍ଲୀ-ଏନ୍ସିଆର କିଛି ଅଞ୍ଚଳରେ ମଧ୍ୟ ଭୂମିକମ୍ପ ହୋଇଥିଲା ।