ଆସାମରେ ଭୂକମ୍ପ ଝଟକା ଅନୁଭୂତ

ଆସାମ,(ଓଡିଶା ଟାଇମ୍): ଆସାମରେ ୨୪ ଘଣ୍ଟାରେ ପ୍ରାୟ ୫ ଥର ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ଏଯାଏଁ ମିଳିନାହିଁ।

ଭୂମିକମ୍ପର କେନ୍ଦ୍ରସ୍ଥଳ ସୋନିତପୁରର ଜିଲା ମୁଖ୍ୟାଳୟ ତେଜପୁର ନିକଟରେ ୩୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *