ହିମାଚଳପ୍ରଦେଶରେ ଭୂକମ୍ପର ଝଟକା

ଶିମଲା, (ଓଡିଶା ଟାଇମ୍): ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆଜି ସକାଳ ସମୟରେ ଭୂକମ୍ପର ଝଟକା ଅନୁଭବ କରଯାଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩ ରେକର୍ଡ କରାଯାଇଛି। ମିଳିଥିବା ଖବର ଅନୁସାରେ ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇ ନାହିଁ।

ସୂଚନା ଅନୁସାରେ ଏହାପୂର୍ବରୁ ମେ’୫ ତାରିଖରେ ଆସାମର ସୋନିତପୁରରେ ଭୂକମ୍ପର ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଥିଲା। ସେହିପରି ୨୮ ଏପ୍ରିଲରେ ଆସାମରେ ହୋଇଥିବା ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୬.୪ ରେକର୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *