ଅରୁଣାଚଳ ପ୍ରଦେଶରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ,(ଓଡିଶା ଟାଇମ୍‌): ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ବିଳମ୍ବିତ ରାତି ପ୍ରାୟ ୧ଟା ୩୩ମି.ରେ ତାୱାଙ୍ଗ ଠାରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି ।

ତାୱାଙ୍ଗ ଠାରୁ ଉତ୍ତର-ଉତ୍ତରପୂର୍ବରୁ ୯୦କିମି. ଦୂରରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ବିଳମ୍ବିତ ରାତିରେ ଭୁମିକମ୍ପ ହେବା ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

ସେହିପରି ମଙ୍ଗଳବାର ଭୋର ପ୍ରାୟ ୪ଟା ୨୪ ମି. ରେ ସିଙ୍ଗାପୁର ଠାରେ ଠାରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୧ ରହିଥିଲା ଏବଂ ଏହା ସିଙ୍ଗାପୁରର ଦକ୍ଷିଣ-ପୂର୍ବ ଠାରୁ ୧୧୦୨ କିମି. ଦୂରରେ ଭୁମିକମ୍ପ ଅନୁଭୂତ ହୋଇଥିଲା ।

ଭୋର୍ ସମୟରେ ଅଚାନକ ଭୁମିକମ୍ପ ହେବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ବାହାରକୁ ପଳାଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published.