ହାଇଦ୍ରାବାଦ ଓ ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଦିଲ୍ଲୀ ଓ ହାଇଦ୍ରାବାଦରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ଦକ୍ଷିଣରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ସକାଳ ପ୍ରାୟ ୫ଟାରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୦ ରେକର୍ଡ କରାଯାଇଛି । ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।

ଦିଲ୍ଲୀରେ ସକାଳ ୬ଟା ୪୨ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହା କାରଣରୁ ମେଟ୍ରୋ ସେବା କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ମିଳିନାହିଁ ।

Leave a Reply

Your email address will not be published. Required fields are marked *