ବଢିଲା ଗ୍ରୀଷ୍ମ ପ୍ରବାହ: ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ
ଭୁବନେଶ୍ବର, (ଓଡିଶା ଟାଇମ୍) : ଦିନକୁ ଦିନ ଖରାର ତାତି ବଢ଼ିବାରେ ଲାଗିଛି। ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏ ଚାଲିବ। ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ। ଏନେଇ ସବୁ ଡିଇଓମାନଙ୍କୁ ଚିଠି କରିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ।
ଚିଠି ଅନୁଯାୟୀ ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲରେ ପାଠପଢା ହେବ। ସେହି ପରି ଦଶମ ଏବଂ ଦ୍ଵାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ଯାଏ ସ୍କୁଲ ଖୋଲା ରହିବ। ଛାତ୍ର-ଛାତ୍ରୀଙ୍କୁ ସାଥୀରେ ପାଣି ବୋତଲ ଆଣିବାକୁ କୁହାଯାଇଛି। ଏଥିସହ ସ୍କୁଲ ଏବଂ କଲେଜ୍ରେ ଗୁଡିକରେ କରୋନା ସଂପର୍କିତ ନିୟମର ପାଳନ ମଧ୍ୟ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏମିତି ରହିଛି ଯେ, ଫେବୃଆରୀ ଶେଷ ହେଉଣୁ ଅନେକ ସହରରେ ତାପମାତ୍ର ୩୭ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ଵର ତ ତାପମାତ୍ରା ବୃଦ୍ଧିରେ ରେକର୍ଡ କରିଛି। ଗତ କେଇ ଦିନ ହେବ ରାଜଧାନୀରେ ତାପମାତ୍ର ୪୦ ଛୁଇଁଛି। ଏସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।











