ଜାତୀୟ କ୍ରୀଡା ଦିବସରେ ଦୂତି ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି। କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା। ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ । ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍ କରି ଏହି ଉତ୍ସବରେ ଭାଗ ନେଇଥିଲେ। ତେବେ ଜାତୀୟ କ୍ରୀଡା ଦିବସ ଅବସରରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି।
କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ସମୟରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବିତରଣ ଉତ୍ସବରେ ରାଷ୍ଟ୍ରପତି ଭବନରୁ ଅନଲାଇନ ମାଧ୍ୟମରେ କରାଯାଇଥିଲା। ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ। ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍ କରି ଏହି ଉତ୍ସବରେ ଭାଗ ନେଇଥିଲେ। ତେବେ ଜାତୀୟ କ୍ରୀଡା ଦିବସ ଅବସରରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଚଳିତଥର ଭାରତୀୟ ତାରକା କ୍ରିକେଟର୍ ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍, ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ, ମହିଳା ଟେବୁଲ ଟେନିସ୍ ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍ ଖେଳରତ୍ନ ପୁରସ୍କାର ପାଇଛନ୍ତି। ସେହିପରି ୨୭ଜଣ ଅର୍ଜୁନ ପୁରସ୍କାର ପାଇଛନ୍ତି।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ୯ଟି ସେଣ୍ଟରରୁ ଜାତୀୟ କ୍ରୀଡ଼ା ପୁରସ୍କାର ହାସଲ କରିଥିବା କ୍ରୀଡ଼ାବିତ୍ମାନେ ଭର୍ଚୁଆଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ୯ଟି ସେଣ୍ଟର ହେଲା ଦିଲ୍ଲୀ, ମୁମ୍ବଇ, କଲକାତା, ଚଣ୍ଡିଗଡ଼, ବେଙ୍ଗାଲୁରୁ, ପୁଣେ, ସୋନିପତ୍, ହାଇଦରାବାଦ୍ ଓ ଭୋପାଳ। ଜାତୀୟ ପୁରସ୍କାର ବିଜେତାଙ୍କୁ ନିମନ୍ତେ ଟ୍ରଫି, ସାର୍ଟିଫିକେଟ୍ ଓ ବ୍ଲେଜର ସାଇ ତରଫରୁ ୯ଟି ଯାକ ସେଣ୍ଟରକୁ ପଠାଇ ଦିଆଯାଇଥିବା ସାଇ ତରଫରୁ ସୂଚନା ଦିଆଯାଇଛି।