ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରାସ୍ତାକଡ଼ରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୧୪ ଶ୍ରମିକ ମୃତ

ସୁରଟ, (ଓଡିଶା ଟାଇମ୍) : ୧୪ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ଗୁଜୁରାଟର ସୁରାଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାତୀୟ ସମାଚାର ଏଜେନ୍ସି ଏଏନ୍‌ଆଇ ଦେଇଥିବା ସୂଚନା ମୁତାବକ ସୁରାଟର କୋଶାମ୍ବାରେ ଆଜି ସକାଳୁ ଫୁଟପାଥରେ ଶୋଇଥିବା ବେଳେ ଏକ ଟ୍ରକ୍‌ ୧୪ ଜଣଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ  ଶ୍ରମିକ ଏବଂ ସେମାନେ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି। ତେବେ  ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ଅନ୍ୟ କେତେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *