ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼, (ଓଡିଶା ଟାଇମ୍) :ଗଛରେ ପିଟିହେଲା ବସ୍। ଡ୍ରାଇଭର ସହିତ ତିନି ଡାକ୍ତରୀ ଛାତ୍ର ଆହତ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ା ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ବାଣିଗୋଛା ଥାନା ଦୁର୍ଗାପ୍ରସାଦ ନିକଟରେ ଘଟିଛି ଦୁର୍ଘଟଣା । ଏସସିବିର ଶେଷ ବର୍ଷର ୧୯ ଛାତ୍ରଛାତ୍ରୀ ଏକ ସରକାରୀ ବସରେ କୋଭିଡ୍ ଡ୍ୟୁଟି ପାଇଁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଦୁର୍ଗାପ୍ରସାଦ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଗାଡିରେ ଥିବା ରେଷ୍ଟ ଡ୍ରାଇଭର୍ ଏବଂ ତିନିଜଣ ଛାତ୍ର ଆହତ ହୋଇଥିଲେ । ଖବରପାଇ ବାଣିଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶପଲ୍ଲା ପଠାଇଥିଲେ । ଦଶପଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ  ଆହତମାନେ ଫେରିଯାଇଛନ୍ତି ।

Leave a Reply

Your email address will not be published. Required fields are marked *