ଭୟଙ୍କର ଦୁର୍ଘଟଣା, ସ୍କର୍ପିଓକୁ ଧକ୍କା ଦେଲା କଣ୍ଟେନର, ୮ ମୃତ

ଆଗ୍ରା, (ଓଡିଶା ଟାଇମ୍) :ଆଗ୍ରା -କାନପୁର ରାସ୍ତାରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ସୂଚନାନୁସାରେ, ଆତ୍ମାଉଦ୍ୟୋଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଝାଡଖଣ୍ଡ ନମ୍ବରର ଏକ ସ୍କର୍ପିଓକୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓରେ ବସିଥିବା ୮ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିେ । ଏହାସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଉଭୟ ପୋଲିସ ଓ ସ୍ଖାନୀୟ ଲୋକେ ମୃତଦେହକୁ ସ୍କର୍ପିଓ ମଧ୍ୟରୁ ଉଦ୍ଧାର କରିଥିଲେ । ଏହାସହ ୪ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୋଲିସର କହିବାନୁସାରେ, ଡ୍ରାଇଭରକୁ ନିଦ ଆସିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *