ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଲେ ୩୦୧ ପୋଲିସ ଅଫିସର
ଭୁବନେଶ୍ବର, (ଓଡିଶା ଟାଇମ୍) :ପଦୋନ୍ନତି ପାଇଲେ ରାଜ୍ୟ ପୋଲିସ୍ ବାହିନୀରେ କାର୍ଯ୍ୟରତ ଥିବା ଇନ୍ଚାର୍ଜ ଡିଏସ୍ପି ଏବଂ ଆଉ କେତେ ଜଣ ଇନ୍ସପେକ୍ଟର । ସେମାନେ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଗୃହ ବିଭାଗ ପକ୍ଷରୁ ପୋଲିସ୍ ବାହିନୀରେ ଏମିତି ମୋଟ ୩୦୧ ଜଣଙ୍କୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ସୂଚନା ମିଳିଛି ।
ଏ ବାବଦରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ଡିଏସ୍ପିଙ୍କୁ ଖୁବ୍ଶୀଘ୍ର ଅବସ୍ଥାପିତ କରାଯିବ । ଏଥିଲାଗି ପୋଲିସ୍ ବାହିନୀରେ ଡିଏସ୍ପି ପାହ୍ୟାରେ ବଡ଼ଧରଣର ଅଦଳ ବଦଳ ପ୍ରକ୍ରିୟା ପାଇଁ ତାଲିକା ପ୍ରସ୍ତୁତ ହେଉଥିବାର ଖବର ଆସିଛି ଯ
ତେବେ ୨୦୧୭ରୁ ଇନଚାର୍ଜ ଡିଏସ୍ପି ଭାବେ ସାଢ଼େ ୩ ବର୍ଷରୁ ଅଧିକ ସମୟ ହେବ ରାଜ୍ୟ ପୋଲିସ୍ ବାହିନୀରେ ଦାୟିତ୍ୱ ନିର୍ବାହ କରିଆସୁଥିବା ପ୍ରାୟ ୩୦ ଜଣଙ୍କ ନାଁରେ ବିଭାଗୀୟ ପ୍ରୋସିଡିଙ୍ଗ୍ ରହିଛି । ତେଣୁ ସେମାନେ ନିୟମିତ ଡିଏସ୍ପି ହେବା ତଥା ଡିଏସ୍ପି ପଦୋନ୍ନତିରୁ ବାଦ୍ ପଡ଼ିଛନ୍ତି ।