ଡ୍ରୋନ୍ ମାଧ୍ୟମରେ ଫୁଡ୍ ଡେଲିଭରି କରିବ ସ୍ୱିଗି : ମିଳିଲା ମଞ୍ଜୁରୀ, ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଡ୍ରୋନ୍ ସାହାଯ୍ୟରେ ଫୁଡ଼ି ଡେଲିଭରି କରିବ ସ୍ୱିଗି । ଅର୍ଡର ଦେବା ମାତ୍ରେ ଘରେ ଡ୍ରୋନ୍ ମାଧ୍ୟମରେ ପହଞ୍ଚିଯିବ ଖାଇବା । ଏଥିଯୋଗୁଁ ଉଭୟ ଫୁଡ ଓ ମେଡ଼ିକାଲ ପାଇଁ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସ୍ୱିଗିର ଡ୍ରୋନ୍ ଡେଲିଭରି ସହଯୋଗୀ ଏଏନଆରଏ ଟେକ୍ନୋଲୋଜିକୁ, ଫୁଡ୍ ଡେଲିଭରି କରିବାକୁ ଡ୍ରୋନ୍ ପରୀକ୍ଷଣ ଆରମ୍ଭ କରିବା ପାଇଁ ମଞ୍ଜୁରୀ ମିଳିସାରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏଏନଆରଏ (ANRA )କୁ ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ANRAର  ଟେକ୍ନୋଲୋଜି ଗୁଡିକ ଭିଜୁଆଲ୍ ଲାଇନ୍ ଅଫ୍ ସାଇଟ୍ (BVLOS)  ସଂଚାଳନ ପାଇଁ ଅନୁମୋଦନ ଲାଭ କରିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବର ଏଟା ଓ ରୂପନଗର ଜିଲ୍ଲାରେ ଡ୍ରୋନ୍ ମାଧ୍ୟମରେରେ ଫୁଡ୍ ଡେଲିଭରି କରିବ ସ୍ୱିଗି । ANRAଇ ବର୍ତ୍ତମାନ ଦୁଇଟି ଡ୍ରୋନ୍ ବିତରଣ ପ୍ରକଳ୍ପ ଉପରେ କାମ କରୁଛି । ଗୋଟିଏ ପ୍ରକଳ୍ପ ଫୁଡ ଡେଲିଭରି ଉପରେ ଧ୍ୟାନ ଦେଉଥିବା ବେଳେ ଅନ୍ୟ ପ୍ରକଳ୍ପ ମେଡ଼ିକାଲ ଉପକରଣ ନେବାଆଣିବା ଉପରେ ଫୋକସ୍ କରିବ ।

ସ୍ୱିଗିିର ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରବନ୍ଧକ ଶିଳ୍ପା ଦୀନେଶ୍ୱର କହିଛନ୍ତି, ଏହି ପ୍ରକଳ୍ପ ମାଧ୍ୟମରେ ଡ୍ରୋନ୍ ଟେକ୍ନୋଲୋଜିର ଦୀର୍ଘ ଦୂରତା ଦକ୍ଷତାର ସର୍ବୋତ୍ତମ ଉପଯୋଗ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଶୀଘ୍ର ଖାଦ୍ୟ ପହଞ୍ଚାଇବା ଓ ଗ୍ରାହକଙ୍କ ଲାଭକୁ ଦୃଷ୍ଟିରେ ରଖି ନୂଆ ଉପାୟ ତଥା ଅତ୍ୟାଧୁନିକ ପଦ୍ଧତି ଗୁଡିକ ଆପଣାଇବା ସ୍ୱାଭାବିକ ।

 

Leave a Reply

Your email address will not be published. Required fields are marked *