ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ୍ଙ୍କ ଯୋଗଦାନ
ଭୁବନେଶ୍ବର, (ଓଡିଶା ଟାଇମ୍) :ଦକ୍ଷ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍ସଲ୍ଟାନ୍ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍ ସର୍ଜରୀ (ବିଶେଷ କରି ବିଟିଂ ହାର୍ଟ), ଟୋଟାଲ୍ ଆର୍ଟେରିଆଲ୍ ବାଇପାସ୍, ଭାଲ୍ଭ ରିପେୟାର୍ ଆଣ୍ଡ୍ ରିପ୍ଲେସ୍ମେଣ୍ଟ୍, ଆରିଥମିଆ ସର୍ଜରୀ, କାର୍ଡିଆକ୍ ସର୍ଜରୀ, ସର୍ଜରୀ ଫର ଆୟୋରଟିକ୍ ଆନ୍ୟରିଜିମ୍ ଆଣ୍ଡ ପେରିଫେରାଲ୍ ଭାସ୍କୁଲାର ସର୍ଜରୀ, ଭାରିକୋଜ୍ ଭେନ୍ ସର୍ଜରୀ, ଲଙ୍ଗ ସର୍ଜରୀ ଏବଂ ଅନେକ ଜଟିଳ ହାର୍ଟ ସର୍ଜରୀ କରି ନିଜର ଦକ୍ଷତା ପ୍ରମାଣ କରିଛନ୍ତି।
ଡଃ ମିଶ୍ର ଏଭଳି ଜଣେ ସର୍ଜନ୍ ଯିଏ କି ନିଜ କାର୍ଯ୍ୟକୁ ନେଇ ଉତ୍ସାହିତ ଥାଆନ୍ତି ଏବଂ ରୋଗୀଙ୍କ ସୁସ୍ଥତା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେଇଥାନ୍ତି । ସେ କାନ୍ପୁର ସ୍ଥିତ ଜିଏସ୍ଭିଏମ୍ ମେଡିକାଲ୍ କଲେଜରୁ ଜେନେରାଲ ସର୍ଜରୀରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି। ପରବର୍ତ୍ତୀ ସମୟରେ ନୂଆଦିଲ୍ଲରସ୍ଥିତ ଜି.ବି ପନ୍ତ ହସ୍ପିଟାଲରୁ ସିଭିଟିଏସ୍ରେ ଏମ୍ସିଏଚ୍ ହାସଲ କରିଛନ୍ତି।
ରାଜ୍ୟର ଜଣେ ଜଣାଶୁଣା ଟାଭି (ଟ୍ରାନ୍ସକ୍ୟାଥେଟର୍ ଆୟୋରଟିକ୍ ଭାଲ୍ଭ ଇନ୍ପ୍ଲାଂଟେସନ୍) ସର୍ଜନ ଭାବେ ସେ ବେଶ ପ୍ରତିଷ୍ଠିତ । ତାଙ୍କର ମିନିମାଲ୍ ଇନ୍ଭେସିଭ୍ କାର୍ଡିଆକ୍ ସର୍ଜରୀ (ଏମ୍ଆଇସିଏସ୍) ଏବଂ ଏମ୍ସିଏସ୍ଇକ୍ମୋ ପଦ୍ଧତିରେ ଚିକିତ୍ସା କରିବାର ବିଶେଷ ଦକ୍ଷତା ରହିଛି। ତାଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଜର୍ନାଲ୍ରେ ପ୍ରବନ୍ଧ ପ୍ରକାଶିତ ହୋଇଛି।
ଡଃ ମିଶ୍ର ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କାର୍ଡିଓଭାସ୍କୁଲାର୍ ଆଣ୍ଡ୍ ଥୋରାସିକ୍ ସର୍ଜନ୍ସ (ଏଫ୍ଆଇଏସିଏସ୍)ର ସଦସ୍ୟ ଅଛନ୍ତି । ସେ ଜର୍ମାନୀ, ଲିପ୍ଜିଗ୍ସ୍ଥିତ ଲିପ୍ଜିଗ୍ ହାର୍ଟ ସେଣ୍ଟରରୁ ଏମ୍ଆଇସିଏସ୍ ଏବଂ ଏମ୍ସିଏସ୍ରେ ତାଲିମ୍ ପ୍ରାପ୍ତ। ସେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଓପିଡି ବା ବର୍ହି ବିଭାଗରେ ପରାମର୍ଶ ନିମନ୍ତେ ମିଳିପାରିବେ। ଏଥି ନିମନ୍ତେ ୬୩୭୨୯୦୦୦୧୦ ଓ ୦୬୭୪-୩୫୦୦୫୦୦ ନମ୍ବରରେ ତାଙ୍କ ସହ ରୋଗୀ ମଧ୍ୟ ଯୋଗାଯୋଗ କରି ପାରିବେ।