ପ୍ରଶ୍ନ ଜମା ପଚାରନି, ପଚାରିଲେ ମରିବ !…

Bhubaneswar: ସମ୍ବିଧାନ ଓ ଗଣତନ୍ତ୍ର ବନାମ ଗଣତନ୍ତ୍ର ଓ ସମ୍ବିଧାନ…
ସମ୍ବିଧାନ, ଗଣତନ୍ତ୍ର ଓ ଗଣମାଧ୍ୟମ ବନାମ ଗଣମାଧ୍ୟମ ଓ ସମ୍ବିଧାନ ଏବଂ ଗଣତନ୍ତ୍ର…
ସମ୍ବିଧାନ ଓ ଗଣତନ୍ତ୍ର ପରସ୍ପରର ପରିପୂରକ ହୋଇଥିବା ବେଳେ ଗଣମାଧ୍ୟମ, (କେବଳ କଥାରେ ଗଣତନ୍ତ୍ରର ଚତୁର୍ଥ ସମ୍ଭ) ହିଁ, ଉଭୟଙ୍କ ତ୍ରାଣକର୍ତ୍ତା । କିନ୍ତୁ ଏବେର ଗଣମାଧ୍ୟମକୁ ଆପଣ ଗଣିକା-ମାଧ୍ୟମ ବା ଜଣମାଧ୍ୟମ… ଯାହା ବି ଚାହିଁବେ, କହିପାରିବେ ।…
ଗଣତନ୍ତ୍ର ଓ ସମ୍ବିଧାନ ଜଡ଼ ହୋଇଥିବା ବେଳେ ରାଜନୀତି ହିଁ ତାକୁ ବଞ୍ଚାଇ ରଖିଛି । ଆଉ, ସରକାରର ସର୍ବେସର୍ବା ରାଜନେତା ହିଁ ଏହାର ସବୁ କିଛି । ପରିସ୍ଥିତି ଆଧାରରେ ରାଜନେତା ହିଁ, ଉଭୟ ଗଣତନ୍ତ୍ର ଓ ସମ୍ବିଧାନର ତ୍ରାଣକର୍ତ୍ତା ।…

ସମୟ ଯେତେ ଅତିକ୍ରାନ୍ତ ହେବ, ଗଣତନ୍ତ୍ର ଓ ସମ୍ବିଧାନର ସ୍ଥିତି, ସେହି ଅନୁପାତରେ ନିମ୍ନଗାମୀ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । କିନ୍ତୁ ଏଇଠି ପ୍ରମୁଖ ଦାୟିତ୍ବ ଏବଂ କର୍ତ୍ତବ୍ୟ ରହୁଛି ଗଣମାଧ୍ୟମର ।…
ନିଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହି ଛାତି ପିଟି ଚାଲିଥିବା ଗଣମାଧ୍ୟମ ଜାଣି ରଖିବା ଉଚିତ ଯେ, ଗଣତନ୍ତ୍ରର ଚତୁର୍ଥ ସମ୍ଭ ବୋଲି, ସରକାରୀ କାଗଜପତ୍ରରେ ଲିଖିତ ଭାବେ କିଛି ନାହିଁ । କିନ୍ତୁ ଦେଶ ସ୍ବାଧୀନତାରେ ପ୍ରମୁଖ ଭୂମିକା ନିଭାଇ ଥିବା ଗଣମାଧ୍ୟମ, ଏବେ ଯାଏ, ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇ ରଖିଛି । କିନ୍ତୁ ଏବେ କିଛି ଗଣମାଧ୍ୟମ ଗଣିକା-ମାଧ୍ୟମ ହୋଇଯାଇ ଥିବା ବେଳେ ଆଉ କିଛି ଜଣମାଧ୍ୟମ ହୋଇ ଯାଇଛନ୍ତି ।
ଏହା ଏମିତି, କେମିତି ସମ୍ଭବ ହୋଇପାରିଛି କହିପାରିବେ ? ଏହା କେବଳ, ରାଜନେତାଙ୍କ ପାଇଁ…
କାରଣ, ଏବେର ରାଜନେତା, Completely Thin Skinned… Not, Thick Skinned…
ଏଠି ସମାଲୋଚନା ମନା, ଏଠି ପ୍ରଶ୍ନ କରିବା ଅପରାଧ … ଏଠି ପହଲଗାମର ସୁରକ୍ଷା ନେଇ ପ୍ରଶ୍ନ କରନ୍ତୁନି …
କେବେ ବି ପଚାରନ୍ତୁନି, ଦେଢ଼ରୁ ୨ ହଜାର ପର୍ଯ୍ୟଟକ ଥିବା ବେଳେ ପହଲଗାମର ମିନି ସ୍ବିଜରଲାଣ୍ଡରେ ବୈସରଣ ଭ୍ୟାଲିରେ ସୁରକ୍ଷା ବ୍ୟବସ୍ଥା କେମିତି ଥିଲା ?
ସୁରକ୍ଷା ଦୃଷ୍ଟିକୋଣରୁ ଯେଉଁ ବୈସରଣକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା, ତାକୁ ଖୋଲିଲା କିଏ, ଅନୁମତି ଦେଲା କିଏ ? …
କଣ ସ୍ଥାନୀୟ ଟୁର୍ ଅପରେଟର୍ ଏତେ ବଡ଼ ସାହସ କରିଦେଲେ !
ପଚାରନ୍ତୁନି, କାହିଁକି ଦେଢ଼ରୁ ୨ ଘଣ୍ଟା ପରେ ଆସିଲେ ସେନାର ଯବାନ ?
ପୂର୍ବରୁ ଏହି ଅଞ୍ଚଳ ସେନା ଅଧୀନରେ ଥିବା ବେଳେ, ଭାରତ ସରକାର, ଏହାକୁ ସେନାଠାରୁ ନେଇଯାଇ ସିଆରପିଏଫକୁ ଦେଇଛନ୍ତି …
କେଉଁଠି ଥିଲେ କେନ୍ଦ୍ରୀୟ ଫୋର୍ସ ?
ବୈସରଣ ଭ୍ୟାଲିକୁ ଗଧ ପିଠିରେ ବସି ଯାଇଥିବା ପର୍ଯ୍ୟଟକଙ୍କୁ ଆତଙ୍କୀ ହମଲା ପରେ ତଳକୁ ପିଠିରେ ଲଦି ଆଣିଲା କିଏ ?
ଆତଙ୍କବାଦୀଙ୍କ ଗୁଳିରେ ୨୬ ସାଧାରଣ ଲୋକଙ୍କ ମୃତ୍ୟୁ ହେଲା, ଏଥିପାଇଁ କିଏ ଦାୟୀ ?
କାହିଁକି ଭାରତ ସରକାର, ଏଯାଏ ସାମ୍ବାଦିକ ସମ୍ମଳନୀ କରି ଏହି ଘଟଣା ବାବଦରେ ଭାରତୀୟ ଗଣମାଧ୍ୟମକୁ ବିସ୍ତୁତ ଜଣାଉ ନାହାନ୍ତି ?
ପହଲଗାମ ଘଟଣା ଉପରେ ସରକାରଙ୍କ ନେତା କିମ୍ବା ମନ୍ତ୍ରୀ, ପାକିସ୍ତାନର ନାଁ ନେଇ ନଥିବା ବେଳେ ଭାରତର ପ୍ରମୁଖ ଗଣମାଧ୍ୟମ ସବୁ କେମିତି ଏମିତି- କହୁଛନ୍ତି, କରୁଛନ୍ତି, ଦେଖାଉଛନ୍ତି ବା ଲେଖୁଛନ୍ତି !!
କିନ୍ତୁ ମର ନକହି, ମରମ କଥା ପଚାରି ଦେଲା ବେଳକୁ ବର୍ତ୍ତମାନର Thin Skinned Politician cum Government, ତାହା ସମ୍ଭାଳିପାରୁ ନାହାନ୍ତି ।
କଥାରେ ଅଛି, ରାଜନୀତି ଓ ସମାଲୋଚନା, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଅର୍ଥାତ ସମାଲୋଚନା ହିଁ ରାଜନୀତିକୁ ପରିମାର୍ଜିତ କରିବା ସହ ରାଜନେତାଙ୍କୁ ରାଜଧର୍ମର ପାଠ ପଢ଼ାଇଥାଏ, ପରିଧି ମଧ୍ୟରେ ରଖିଥାଏ ମଧ୍ୟ । କିନ୍ତୁ ଏବେର ରାଜନେତା ସମାଲୋଚନାକୁ ସମ୍ଭାଳି ପାରିଲେ ତ !
ସମାଲୋଚନାକୁ ନେଇ ନିଜର ତ୍ରୁଟି ସୁଧାରିବାକୁ ଚେଷ୍ଟା କଲେ ତ !
ନାଁ, ଏବେର ରାଜନୀତିରେ… ଅବା କୁହନ୍ତୁ ଏବେର ସରକାରରେ ତାହା ଆଦୌ ସମ୍ଭବ ନୁହେଁ ।
ନଚେତ, କାର୍ଟୁନିଷ୍ଟ ଶଙ୍କରଙ୍କ ଦ୍ବାରା ପ୍ରସ୍ତୁତ ଫଟୋଚିତ୍ରରେ ନିଜ ଶରୀରର ସାଦୃଶ୍ୟତାକୁ ଅନୁଭବ କରି ସାରିବା ପରେ ଦେଶର ପୂର୍ବତନ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ, କେବେ ବି ଏମିତି କହି ନଥାନ୍ତେ…
( Dak-Edition ପେପର୍ ପଢ଼ି ସାରିବେ ପରେ, Cartoonist ଶଙ୍କରଙ୍କୁ ଠିକ ଏମିତି ଥିଲା, ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପ୍ରଶ୍ନ- “କଣ ଆପଣ, ଆସନ୍ତାକାଲି ସକାଳେ ଏହି ଗଧ ସହ ଚା ପିଇବାକୁ ଆସିବେ କି” !!!
But, What happened to Sanjay Sharma’s 4 PM Youtube Channel, Now ???
ଏବେ ଆପଣ କୁହନ୍ତୁ, ଯେଉଁଠି ଗଣମାଧ୍ୟମ ଗଣିକା-ମାଧ୍ୟମ ବା ଜଣମାଧ୍ୟମ ଭୂମିକାକୁ ଓହ୍ଲାଇ ସାରିଛି, ସେଠି ଗଣତନ୍ତ୍ର ଏବଂ ସମ୍ବିଧାନର ବର୍ତ୍ତମାନର ସ୍ଥିତି କଣ… ଆଗକୁ ଭବିଷ୍ୟତ କଣ ???
Every Problem, has its own solution, that’s why, “How sharp your teeth may be, you can not bite water…

Leave a Reply

Your email address will not be published. Required fields are marked *