ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ କିଶୋର ପୁତ୍ର ବ୍ୟାରନ୍‌ଙ୍କୁ କରୋନା

ୱାସିଂଟନ, (ଓଡିଶା ଟାଇମ୍) :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବ୍ୟାରେନ କରୋନାରେ ସଂକ୍ରମିତ। ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ବୀ ଫାଷ୍ଟଲେଡି ମେଲାନିଆ ଟ୍ରମ୍ପ ଏ ସୂଚନା ଦେଇଛନ୍ତି। ତେବେ ତାଙ୍କ ୧୪ ବର୍ଷୀୟ ପୁଅ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇ ନାହିଁ। ଟ୍ରମ୍ପ କରୋନା ଭାଇରସରୁ ସୁସ୍ଥ ହେବା ପରେ ସେ ନିର୍ବାଚନୀ ସଭାରେ ଏବେ ସାମିଲ ହେଉଛନ୍ତି। ଏହା ସହ ସେ ପୂର୍ବ ଠାରୁ ଅଧିକ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି।

ଡେସ ମୋଇସର ଏକ ରାଲିରେ ବ୍ୟାରେନ୍ ଠିକ୍ ଥିବା ଟ୍ରମ୍ପ କହିଛନ୍ତି। ତେବେ ସ୍କୁଲ କାହିଁକି ଖୋଲା ଯାଉଛି ଏହା ହେଉଛି ତାର ଏକ ଉଦାହରଣ। ବ୍ୟାରେନ କରୋନାରେ ସଂକ୍ରମିତ ଥିବା ସେ ନିଜେ ମଧ୍ୟ ଜାଣି ନ ଥିଲେ। କାରଣ କୌଣସି ଲକ୍ଷଣ ହିଁ ଦେଖା ଦେଇ ନ ଥିଲା। ଟ୍ରମ୍ପ ଆହୁରି କହିଛନ୍ତି ଯୁବକ ଥିବାରୁ ତାର ଇମ୍ୟୁନସିଷ୍ଟମ ମଜୁବତ ବୋଲି ବ୍ୟାରେନ ହୁଏତ ଭାବୁଥିଲା। ମେଲାନିଆଙ୍କ ଠାରେ ଶରୀରରେ ଯନ୍ତ୍ରଣା, କଫ, ମୁଣ୍ଡବିନ୍ଧା ଓ ଥକ୍କାପଣ ଦେଖା ଦେଇଥିଲା।

ମେଲାନିଆ ଏବେ ପ୍ରାକୃତିକ ଔଷଧ ଉପରେ ନିର୍ଭର ରହିବେ। ଅଧିକ ଭିଟାମିନ ଓ ପୁଷ୍ଟକର ଖାଦ୍ୟ ଖାଇବା ସେ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *