ରୋଗୀ ଦେଖିଲେ ନିଜର ପ୍ରିୟ ଶୋ ; ଡ଼ାକ୍ତର କଲେ ଅସ୍ତ୍ରୋପଚାର

ହାଇଦ୍ରାବାଦ, (ଓଡିଶା ଟାଇମ୍) : ଆନ୍ଧ୍ର ପ୍ରଦେଶ ଗୁଣ୍ଠୁରରେ ଏକ ଯୁବକଙ୍କ ଅପରେସନ ଥିଲା। ଡାକ୍ତର ଚାହୁଁଥିଲେ ଅପରେସନ ବେଳେ ରୋଗୀ ଚେତା ରୁହନ୍ତୁ ଯେପରି ତାଙ୍କ ଓପନ ବ୍ରେନ ସର୍ଜରୀ ସଫଳାତାପୂର୍ବକ ହୋଇପାରିବ। ଡାକ୍ତର ରୋଗୀଙ୍କୁ ତାଙ୍କ ପ୍ରିୟ ଶୋ’ ସମ୍ବନ୍ଧରେ ପଚାରିଥିଲେ। ସେ କହିଥିଲେ ତାଙ୍କ ପ୍ରିୟ ଶୋ’ ବିଗ ବସ। ଏହାପରେ ଡାକ୍ତର ତାଙ୍କୁ ବିଗ ବସ ଦେଖିବାକୁ କହିଥିଲେ। ଡାକ୍ତର କହିଛନ୍ତି ଯେ ରୋଗୀ ଅପରେସନ ବେଳେ ବିଗ ବସ ସହ ହଲିଉଡ଼ ଫିଲ୍ମ ମଧ୍ୟ ଦେଖିଥିଲେ।

ଇଂରାଜୀ ୱେବସାଇଟ ଇଣ୍ଡିଆ ଟୁଡ଼େ ଅନୁସାରେ, ୩୩ ବର୍ଷ ବୟସ୍କ ଯୁବକ ଅପରେସନ ସମୟରେ ଚେତା ଥିଲେ। ଅପରେସନ ବେଳେ ସେ ଚେତା ରହିବା ଆବଶ୍ୟକ ଯେପରି ବ୍ରେନରେ ହେଉଥିବା ଗତିବିଧି ଡାକ୍ତର କମ୍ପ୍ୟୁଟର ଜରିଆରେ ମନିଟର କରିପାରିବେ। ୩୩ ବର୍ଷ ବୟସ୍କ ବାରା ପ୍ରସାଦଙ୍କ ଅପରେସନ ବୃନ୍ଦ ନ୍ୟୁରୋ ସେଣ୍ଟରରେ ହୋଇଛି। ଅପରେସନ କରି ଡାକ୍ତର ଯୁବକଙ୍କ ବ୍ରେନ ଥିବା ଟ୍ୟୁମର ବାହାର କରିଛନ୍ତି। ଅପରେସନ ବେଳେ ସେ ବିଗ ବସ ଓ ହଲିଉଡ଼ ଫିଲ୍ମ ଅବତାର ଦେଖୁଥିଲେ।

୨୦୧୬ ମସିହାରେ ମଧ୍ୟ ବାରା ପ୍ରସାଦଙ୍କର ଏକ ଅପରେସନ ହୋଇଥିଲା। କିନ୍ତୁ ସେ ଅପରେସନ ସମ୍ପୂର୍ଣ ସଫଳ ହୋଇନଥିଲା। ଯାହାଫଳରେ ତାଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିଲା।

Leave a Reply

Your email address will not be published. Required fields are marked *